ଗୁରୁ ଦେବ ଶ୍ରୀ ସୁବାସ ଚନ୍ଦ୍ର ବାବା ମହାରାଜ ଙ୍କ 76 ତମ ଜନ୍ମ ଦିବସରେ ସତସଙ୍ଗ 

0

ଅତାବିରା,10/11( ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମରେ ରବିବାର ପବିତ୍ର ଅଇଁଲା ନବମୀରେ  ଆତ୍ମା ଚେତନା ମହାସଙ୍ଗ ର ପ୍ରତିଷ୍ଠାତା ସତ ଗୁରୁ ଦେବ ଶ୍ରୀ ସୁବାସ ଚନ୍ଦ୍ର ବାବା ମହାରାଜ ଙ୍କ 76 ତମ ଜନ୍ମ ଦିବସ ପାଳନ ସହ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଜନ୍ମ ଉତ୍ସବ ରେ ଭକ୍ତ ମାନଙ୍କ ଦ୍ୱାରା ସଦ ଗୁରୁ ପୂଜନ, ଭାଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁଙ୍କ ଫଟୋ ଚିତ୍ର କୁ ପୂଜା ପରେ ଅତିଥିମାନଙ୍କ ପାଦ ଧୋତ କରାଯାଇଥିଲା। ଆତ୍ମା ଚେତନା ମହାସଂଘ ସଭାପତି ଶ୍ରୀ ଅଚୁତା ନନ୍ଦ ହୋତା ଙ୍କ ପରିଚାଳନା ରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମ ରେ ରମେଶ ମହାପାତ୍ର ସ୍ୱାଗତ ସମ୍ବର୍ଦ୍ଧନା ଓ ଉଦେଶ୍ୟ ଜ୍ଞାପନ କରଥିଲେ l ପରେ ଦେବରାଜ ପାଣିଗ୍ରାହୀ, ଗୌରୀହାରୀ ପାତ୍ର, ଶୁକଦେବ ସାହୁ କମଳାକାନ୍ତ ସା ପ୍ରମୁଖ ଜ୍ଞାନ ଗର୍ଭକ ଭାବପୂର୍ଣ୍ଣ ସଂସ୍କାର ଧର୍ମୀ ପ୍ରବୋଚନ ଦେଇଥିଲେ। ସଙ୍ଘର ଭାଇ ଭଉଣୀ ମାନଙ୍କ ଦ୍ୱାରା ଜଗତ କଲ୍ୟାଣ ପାଇଁ ପାର୍ଥନା ଏବଂ ସଂଗୀତ ପରିବେଷଣ କରାଗଲା। ପରେ ଗୁରୁ ଙ୍କ ନିର୍ମାଣ ଧୀନ ଭଟଲି ବ୍ଲକ ର ତାଳପାଲି ରେ ଥିବା ସମାଧି ପୀଠ ନିର୍ମାଣ ପାଇଁ ସକଳ୍ପ ପାରିତ କରାଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!