ଭଟଲି ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଆରାଧ୍ୟ ଦେବୀ ମା ସମଲେଶ୍ଵରୀ ଙ୍କ ବାର୍ଷିକ ପୂଜା ଓ ଶୋଭାଯାତ୍ରା ଅନୁଷ୍ଠିତ 

0

ଭଟଲି, 12/11(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲ୍ଲା ଭଟଲି ଗ୍ରାମପଞ୍ଚାୟତ ସ୍ଥିତ ଭଟଲି ଗ୍ରାମରେ ଯାଦବ ସମାଜର ଆରାଧ୍ୟ ଦେବୀ ମା ସମଲେଶ୍ଵରୀ ଙ୍କ ବାର୍ଷିକ ପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ପରି ଏଥର ମଧ୍ୟ ଭଟଲି ଗୌର ସମାଜ ର ବରିଷ୍ଟ ସଂଗଠକ ଶ୍ରୀ ମୋତିଲାଲ୍ ଵନଛୋର୍ ଙ୍କ ବାସଭବନରେ ସ୍ଥାପିତ ମା ସମଲେଶ୍ଵରୀ ଙ୍କ ପୁଜ।ସ୍ତଳି ରେ ଭଟଲି , କୁସୁଁନପୁରୀ, କୁଇସିରା , ବଞ୍ଛୋରଡିହି, ନିଲଜି , ନୁଆଗଡ ଗ୍ରାମ ର ଶତାଧିକ ଯାଦବ ପୁରୁଷ ଓ ମହିଳା ଏକତ୍ରିତ ହୋଇ ପୂଜା ଅର୍ଚ୍ଚନା କରିବା ପୂର୍ବକ ବିଶ୍ଵ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ପରେ ସମ୍ବିଲିତ ଭାବରେ ପାରମ୍ପରିକ ନିସ।ନ ଢୋଲ ବାଜା ତାଳେ ତାଳେ ଗୌର ବାଡି ଧରି ନୃତ୍ୟ କରି କରି ଗ୍ରାମ୍ୟ ପରିକ୍ରମା କରି ଥିଲେ, ଯାହାକି ବେଶ୍ ମନମୁଗ୍ଧ କର ଥିଲା । ପରେ ସ୍ଥାନୀୟ ଟାଉନ ହଲ ରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏଥିରେ ରାଜ୍ୟ ଯାଦବ ସମାଜ ଉପ ସଭାପତି ଶ୍ରୀ ଧନସିଂ ଭୁଏ ,ଜିଲ୍ଲା ଯାଦବ ସଭାପତି ଶ୍ରୀରାଜୁ ଘିଭେଲା , ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ଯାଦବ , ଜିଲ।ଯାଦବ ଯୁବମୋର୍ଚ୍ଚା ସଭାପତି ଶ୍ରୀପ୍ରଦୀପ ଥାପା ,ବରଗଡ ବ୍ଲକ୍ ଯାଦବ କର୍ମକର୍ତ୍ତା ଶ୍ରୀ ସନକ ଭୂଏ, ଶ୍ରୀ ରଞ୍ଜିତ ବଗର୍ତ୍ତି କାର୍ଯକ୍ରମ ରେ ଅତିଥି ଭାବରେ ଯୋଗଦାନ କରି ଯାଦବ ସଂଗଠନ କୁ ସୁଦୃଢ କରିବାକୁ ତଥା ନିଶାମୁକ୍ତ ସମାଜ ଗଠନ ଆହ୍ବାନ ଦେଇଥିଲେ । ଏକ ସୁସଂଗଠିତ ସଂଗଠନ ସମାଜ ର ରକ୍ଷା କବଚ ଭାବରେ ସର୍ବଦା କାମ କରିଥାଏ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ମୁନା ବନଛୋର ସୁଶାନ୍ତ ବାଗ ସହଯୋଗ କରି ଥିବା ବେଳେ ଶ୍ରୀ ମୋତି ଲାଲ୍ ବନଛୋର ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ବାଗତ ଭାଷଣ ଦେଇ ଥିଲାବେଳେ ଶ୍ରୀ ସନ୍ତୋଷ ବନଛୋର ଧନ୍ୟବାଦ୍ ଦେଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!