Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ୍‌, ବରଗଡ଼ ଦ୍ୱାରା ନବାକାଂକ୍ଷା କାର୍ଯ୍ୟକ୍ରମରେ  ଭଟଲି ଓ ଅମ୍ବାଭୋନାର ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ୍‌, ବରଗଡ଼ ଦ୍ୱାରା ନବାକାଂକ୍ଷା କାର୍ଯ୍ୟକ୍ରମରେ  ଭଟଲି ଓ ଅମ୍ବାଭୋନାର ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

0

ଭଟଲି,୧୪।୧୧(ସଂସ୍କୃତି ମିଡ଼ିଆ )-ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍‌, ବରଗଡ଼ର ମିଳିତ ଆନୁକୁଲ୍ୟରେ ୧୪ ନଭେମ୍ବର ୨୦୨୪ (ଗୁରୁବାର) ଶିଶୁଦିବସ ଅବସରରେ ବରଗଡ଼ ଜିଲ୍ଲାର ଭଟଲି ବ୍ଲକ୍ ଅନ୍ତର୍ଗତ ଶ୍ରୀ ଶ୍ୟାମଜୀ ମନ୍ଦିର ପରିସରରେ କ୍ରୀଷ୍ଣା ବିକାଶ, ବରଗଡ଼ର “ନବାକାଂକ୍ଷା” କ୍ୟାରିୟର୍ କାଉନ୍‌ସେଲିଂ ତଥା ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ସ୍କୁଲ୍ ଲିଡର୍ ପୁରସ୍କାରରେ ସମ୍ମାନିତ କରିବା କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହାସହିତ ଭଟଲିର ସମାଜସେବୀ ସଂସ୍ଥା ଆହ୍ୱାନ କ୍ଲବ୍ ଏବଂ ଭଟଲି, ଭୁକ୍ତା ଓ ଅମ୍ବାଭୋନା ଅଞ୍ଚଳର ଶିକ୍ଷା, ନୃତ୍ୟ, କ୍ରୀଡ଼ା, କଳା ଓ ସଂସ୍କୃତି ସହ ଜଡ଼ିତ ଅନେକ ସୁନାମଧନ୍ୟ ବ୍ୟକ୍ତିତ୍ୱ ଧନପତି ରଥ, ଶଶିଭୂଷଣ ସରାଫ, ଶ୍ରୀବତ୍ସ ପାଣିଗ୍ରାହୀ, ଆୟୁଷ୍ୱନ୍ତ ଷଡ଼ଙ୍ଗୀ, ଭୀମରାଜ ଅଗ୍ରୱାଲ, ଶିବ ଅଗ୍ରୱାଲ, ଚୁଡ଼ାମଣି ରଥ, ସୁଶୀଲ କୁମାର ସାହୁ, ଅମିର କୁମାର ସାହୁ, କ୍ଷମାନିଧି ସାହୁ, ଅମୂଲ୍ୟ ଭୋଇ, ଜୟନାରାୟଣ ସାହୁ, ଦୟାନିଧି ପ୍ରଧାନ, ଆନନ୍ଦ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଅଲେଖ ପ୍ରଧାନ, ଆଦର୍ଶ ଗଡ଼ତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୋଟ୍ ୩୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ୍ ତଥା ସିବିଏସ୍‌ଇ ସ୍କୁଲ୍‌ର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମେତ ଶିକ୍ଷକଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ଦୁଇଟି ଅଧିବେସନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେସନରେ ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳଙ୍କ ତତ୍ୱାବଧାନରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେସନରେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଓ ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଚେୟାର୍‌ମେନ୍ ଡି.ମୂରଲୀ କ୍ରୀଷ୍ଣା, କ୍ରୀଷ୍ଣା ବିକାଶର ପୂର୍ବବର୍ଷର ଉଚ୍ଚ କୃତୀତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାବିତ୍‌ଙ୍କ ଉପସ୍ଥିତିରେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଚେୟାର୍‌ମେନ୍ କ୍ୟାରିୟର୍ କାଉନ୍‌ସେଲିଂ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସହିତ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ, ତାଙ୍କ ସଙ୍କଳ୍ପିତ ସ୍ୱପ୍ନ କିପରି ଭାବରେ ସିଦ୍ଧିଲାଭ ହେବା ସହ ଛାତ୍ରଛାତ୍ରୀମାନଙ୍କ କିପରି ସର୍ବାଙ୍ଗୀନ ଉନ୍ନତି ଏବଂ ଚରିତ୍ର ଗଠନ ସାଧିତ ହୋଇପାରିବ, ସେ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଚିତରଞ୍ଜନ ପତି ଅତିଥି ପରିଚୟ ତଥା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ବିକାଶ ଆବାସିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଡେମିକ୍ସ୍ ଏବଂ କୋକରିକୁଲାର୍ ଏକ୍ଟିଭିଟିଜ୍‌ରେ ଗତ ୩ ବର୍ଷର ଉଚ୍ଚମାନର ଫଳାଫଳର ବିବରଣୀ ପ୍ରଦାନ କରି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପଶ୍ଚିମ ଓଡ଼ିଶାର କ୍ୟାରିୟର୍ ଗଢ଼ିବାର ଏକ ଉଚ୍ଚତମ ବାତାବରଣ ମହଜୁଦ୍ ଅଛି ବୋଲି ମତପ୍ରଦାନ କରି ଉତ୍ସାହିତ କରିଥିଲେ । କ୍ରୀଷ୍ଣା ବିକାଶ, ବରଗଡ଼ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି ଜେଇଇ, ନିଟ୍‌, ସିୟୁଇଟି, ଦଶମ, ଦ୍ୱାଦଶ ବୋର୍ଡ୍ ପରୀକ୍ଷାରେ ସଫଳତାର ସହ ଉତ୍‌ତୀର୍ଣ୍ଣ ହୋଇଥିବା ଭଟଲି, ଭୁକ୍ତା ଏବଂ ଅମ୍ବାଭୋନା ଅଞ୍ଚଳର ଛାତ୍ରଛାତ୍ରୀ ସନାତନ ସତନାମୀ, ଆୟୁଷମନ୍ତ ପୁରୋହିତ, ସଙ୍କେତ ସାହୁ, ଦୁର୍ଗା ପ୍ରସାଦ ସାହୁ, ଗ୍ରେସି ନିଶା ସିଙ୍ଘଲ, ଦୁଷ୍ମନ୍ତ ଭୋଇ ତଥା ଅଭିଭାବକମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଯୋଗଦାନ କରିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ହାତୀସର ପ୍ରଗତି ଆଞ୍ଚଳିକ ହାଇସ୍କୁଲ୍‌ ଛାତ୍ର କ୍ରୀଷ୍ଣା ସା ପ୍ରଥମ ସ୍ଥାନ, ଖରସଲ ମାଁ ଚୌରାସି ହାଇସ୍କୁଲର ଛାତ୍ର ଡମ୍ବରୁଧର ପଟେଲ ଦ୍ୱିତୀୟ ସ୍ଥାନ ଏବଂ କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଅନୁରୂପ ଭାବରେ ଏଥିରେ ନୃତ୍ୟ ପରିବେଷଣ କରିଥିବା କ୍ରୀଷ୍ଣା ବିକାଶ ବରଗଡ଼, ସତୀହାରୀ ସରକାରୀ ବାଳିକା ହାଇସ୍କୁଲ୍‌, ଭଟଲି ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁକ୍ତାର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ସିବିଏସ୍‌ଇ ସ୍କୁଲ୍‌ର ଅଧ୍ୟକ୍ଷ, ଓଡ଼ିଆ ମାଧ୍ୟମିକ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଏବଂ ସ୍ମୃତିଫଳକ ପ୍ରଦାନ କରି ସ୍କୁଲ୍ ଲିଡର୍ ଏୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା । ଭଟଲି ଓ ଅମ୍ବାଭୋନାର ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଉପଢୌକନ ତଥା ସ୍ମୃତିଫଳକ ଦେଇ ସମ୍ମାନୀତ କରାଯାଇଥିଲା । ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଏହି ଅଭିନବ ପ୍ରୟାସକୁ ନବାକାଂକ୍ଷା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉଚ୍ଚପ୍ରଶଂସା କରି ଆଗାମୀ ବର୍ଷମାନଙ୍କରେ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ମତପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀ ଅନନ୍ୟା ରଥ, ମଳୟ ଅଗ୍ରୱାଲ, ମେହୁ ପାଣ୍ଡେ, ଅଲିଜା ନାଏକ, ଦିବ୍ୟାଂଶ ମିଶ୍ର, ଶଗୁନ ପଣ୍ଡା ଓ ଅକ୍ଷରା ରାନୀ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!