Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଅମଲିପାଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଶିଶୁ ଦିବସ ପାଳିତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଅମଲିପାଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଶିଶୁ ଦିବସ ପାଳିତ

0

ଅତାବିରା,14/11(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ପାହାଡ଼ଶ୍ରୀଗିଡା କ୍ଲଷ୍ଟର ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରବିଣା ସୁନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ମେଳାରେ ମୁଖ୍ୟଅତିଥି ଭାବରେ ଅମଲିପାଲି ପଞ୍ଚାୟତର ସରପଞ୍ଚ ସୁନନ୍ଦା ବିଶ୍ବାଳ ତଥା ଅନ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ଚେଆର୍ମେନ୍ ଅଶୋକ କୁମାର୍ ସାହୁ, ପୁରାତନ ଛାତ୍ର ତଥା ସମାଜସେବୀ ରମାକାନ୍ତ ବିଶ୍ବାଳ ପ୍ରମୂଖ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଉଦବୋଧନ ଛାତ୍ରଛାତ୍ରୀଙ୍କୁ ବହୁଳ ମାତ୍ରାରେ ଉତ୍ସାହିତ କଲା। ଉତ୍ସବରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇ ଉତ୍ସାହିତ କରାଗଲା। ଉକ୍ତ ଦିବସରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ଛାତ୍ରଛାତ୍ରୀଙ୍କୁ ଆନନ୍ଦିତ କଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ, ରିତା ପଧାନ, ଗୀତା ପଧାନ,ରଞ୍ଜିତା ଭୋଇ, ସଞ୍ଜୁ ଭୁଏ ଓ ଶିକ୍ଷକ ରବୀନ୍ଦ୍ର ନାଥ ଭୋଇ, ଜିତୁ ମହାନନ୍ଦ, ରିକୁନାଥ ଦାସ, ଗୁଣମଣି ଲୁହା, ରାକେଶ ଧରୁଆ, ସଞ୍ଜୟ କୁମାର ଭୋଇ ତଥା ତୁଳାରାମ ପଟେଲ, ଡୋଲେଶ୍ଵର ରଣା, ମଧୁସୂଦନ ରଣା, ନୂଆଦେଇ ଭୁଏ, ଶଶିମୁଖି ସାହୁ ଏବଂ ଗିରିଜା ଏସ୍.ଏଚ୍. ଜି. ର ସଭ୍ୟା ମାନଙ୍କ ସହଯୋଗ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଛି। ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅତିଥି ମାନଙ୍କ ଦ୍ଵାରା ନେହେରୁଙ୍କ ଜୀବନୀ ଏବଂ କାର୍ଯ୍ୟକଳାପ ଅଭିଭାଷଣ ଛାତ୍ରଛାତ୍ରୀଙ୍କୁ ଆନନ୍ଦିତ ଏବଂ ଉତ୍ସାହିତ କରିଥିଲା।

 


Leave a Reply

Your email address will not be published. Required fields are marked *

error: Content is protected !!