ଏଫ ଏ କ୍ୟୁ ନାରେ କଟନି ଛଟନି ବନ୍ଦ କରାଯାଉ //ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ୫ ଦଫା ଦାବି କଲା ଓଡିଶା ରାଜ୍ୟ କୃଷକ ସଂଗଠନ

ଅତାବିରା , 20/11(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲାରେ ବୁଧବାର ଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି l ଦୁଇଦିନିଆ ବରଗଡ଼ ଗସ୍ତରେ ଆସି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବରଗଡ଼ ଜିଲା ଗୋଡ଼ଭଗା ମାର୍କେଟ ୟାର୍ଡ଼ ଠାରେ ୫ ଦଫା ଦାବି ର ସ୍ଥାୟୀ ସମାଧାନ ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଙ୍କୁ ପ୍ରଦାନ କରିଛନ୍ତି l ୫ ଦଫା ଦାବି ଗୁଡିକ ମଧ୍ୟରେ ପ୍ରଥମତଃ ଚାଷୀମାନଙ୍କ ଟୋକନ୍ ଆସନ୍ତା ଜାନୁଆରୀ ଓ ଶେଷ ତାରିଖ ଫେବୃୟାରୀରେ ଅଛି, ଯେହେତୁ ରବି ଚାଷ ପାଇଁ କେନାଳ ପାଣି ଜାନୁଆରୀ ୧ ତାରିଖରୁ ଆସିବ ପୁଣି ଚାଷୀଙ୍କୁ ରବି ଚାଷ କରିବାରେ ଅସୁବିଧା ହେବ ଏଣୁ ଅତାବିରା ବ୍ଲକର ସମସ୍ତ ଚାଷୀଙ୍କ ଟୋକନ ଡିସେମ୍ବର ଶେଷ ସୁଦ୍ଧା ଦେଇ ଅମଳ ହୋଇଥିବା ଧାନକୁ କିଣାଯାଉ l ଜମି ତୁଳନାରେ କିଛି ଚାଷୀଙ୍କ ଧାନ ବିକ୍ରି ଟୋକନ କମ୍ ଆସିଛି । ଯେଉଁ ଚାଷୀଙ୍କ ଟୋକନ୍ କମ୍ଆସିଛି ତାର ପୁନଃ ସର୍ଭେ କରି ଟୋକନ ଦିଆଯାଉ । ମଣ୍ଡି ହେଣ୍ଡେଲିଙ୍ଗ କରୁଥିବା ସଂସ୍ଥା ଚାଷୀଙ୍କୁ ମଣ୍ଡିରେ ବସ୍ତା ଓ ସୁତୁଲି ପ୍ରଦାନ କରୁ । ଏଫ ଏ କ୍ୟୁ ନାରେ କଟନି ଛଟନି ବନ୍ଦ କରାଯାଉ । ଡିସେମ୍ବର ୮ତାରିଖରେ ଦେବାକୁ ଥିବା ୮ଶହ ଟଙ୍କାର ବୋନସ ଯେଉଁ ଚାଷୀ ଯେତେ କଇଣ୍ଟାଲ ଧାନ ବିକିଥିବେ ତାର ଏକ ପ୍ରମାଣ ପତ୍ର ମାର୍କେଟ ୟାର୍ଡରେ ପ୍ରଦାନ କରାଯାଉ । ଉପରୋକ୍ତ ୫ ଦଫା ଦାବି ଗୁଡିକୁ ଗୁରୁତ୍ଵ ସହିତ ନେଇ ଏହାର ସ୍ଥାୟୀ ସମାଧାନ ପାଇଁ ଜଣାଇଛନ୍ତି ଓଡିଶା ରାଜ୍ୟ କୃଷକ ସଂଗଠନର ସଦସ୍ୟ l ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ଏହାକୁ ଗୁରୁତର ସହ ନେଇ ଟୋକନ ସମସ୍ୟା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l