ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ବୈଠକ

0

ଭଟଲି,୨୮।୧୧(ସଂସ୍କୃତି ମିଡ଼ିଆ):- ବରଗଡ଼ ଜିଲ୍ଲା ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ସମିତି ବୈଠକ ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟକାରୀ ସମିତିର ସଭାପତି ଶ୍ରୀମତୀ ସରୋଜା ବେହେରାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଭଟଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରଣବ କୁମାର ପାଣିଗ୍ରାହୀ, ଡ଼ା ଚନ୍ଦ୍ରଭାନୁ ମହାଳିଙ୍ଗ, ଡ଼ା ଦେବାଶିଷ କୁମାର ବିଶ୍ୱାଳ, ଡ଼ା ରଶ୍ମି ରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଜ୍ୟୋତ୍ସାରାଣୀ ଗଡ଼ତିଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଶ୍ରୀ ମହାନ୍ତି, ଡ଼ା ରିତେଶ ସାହୁ, ବିପିଏମ ଜୟ ପ୍ରକାଶ ପ୍ରଧାନ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝସକେତନ ଧରାଇ, ବିଏଏମ ଆଲୋକ ବିଶ୍ୱାଳ, ବିଡ଼ିଏମ ଦୁର୍ଗା ପ୍ରସାଦ ମହତ୍ତମ, ସମନ୍ୱିତ ଶିଶୁ ବିକାଶ ଯୋଜନାର ନିରୀକ୍ଷକ ଅନିତା ଶିକା, ଦୀପିକା ସୋରେଙ୍ଗ, ସିଆରସିସି ସୁଶାନ୍ତ ସୁନା, ମନୋନୀତ ସଭ୍ୟ ମାଧବ ପ୍ରସାଦ ସାହୁ, ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନାଏକ, ଫାର୍ମାସି ଅଫିସର ବିକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଥମେ ସଭାପତିଙ୍କର ସ୍ୱାଗତ ଭାଷଣ ପରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରି ଏହି ବର୍ଷ ଏପ୍ରିଲ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ହୋଇଥିବା ଖର୍ଚ୍ଚର ହିସାବ ବିବରଣୀ ଆଲୋଚନା କରାଯାଇ ଅନୁମୋଦିତ କରାଯାଇଥିଲା । ଏହି ସମୟରେ ଗୋଷ୍ଠି ଚିକିତ୍ସାକେନ୍ଦ୍ର ବର୍ହୀବିଭାଗରେ ୨୦୫୯୭ ଜଣ ଏବଂ ଆୟୁଷ ବର୍ହୀବିଭାଗରେ ୪୪୦୩ଜଣ ରୋଗୀ ଚିକିତ୍ସା ପାଇଁ ପଞ୍ଜିକରଣ କରିଥିଲେ। ବିପିଏମ ଶ୍ରୀପ୍ରଧାନ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ । ଆଗରୁ ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟର ସମୀକ୍ଷ୍ୟା କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରମୁଖ ସମସ୍ୟା ଗୁଡିକର ନିଦାନ ପାଇଁ ଆଲୋଚନା କରାଯାଇଥିଲା । କର୍ମଚାରୀ ମାନଙ୍କ ମଧ୍ୟରେ ଦାୟିତ୍ୱ ବିତରଣ କରାଯାଇଥିଲା । ଶେଷରେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଧରାଇ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!