୯ ଜଣ ଧାନ ଚୋର କୁ କାବୁ କଲେ ଗୌଡ଼ଟିକ୍ରା ଗ୍ରାମବାସୀ, ୨ ଫେରାର

0

ଅତାବିରା , 27/11(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୌଡ଼ଟିକ୍ରା ଗ୍ରାମରେ ବୁଧବାର ପାହାନ୍ତିଆ ପ୍ରାୟ ୩ ଟା ସମୟରେ ୯ ଜଣ ଧାନ ଚୋରଙ୍କୁ କାବୁ କରିଛନ୍ତି ଗୌଡ଼ଟିକ୍ରା ଗ୍ରାମବାସୀ ll ଗତ 24 ତାରିଖ ଦିନ ରାତ୍ରିରେ ଏହି ଅଞ୍ଚଳ ଜଣେ ଚାଷୀ ସଦାନନ୍ଦ ମିର୍ଦ୍ଧା ଖଳାରେ ଧାନ ଶୁଖାଇ ମଣ୍ଡି କୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ କିନ୍ତୁ କିଛି ଚୋର ରାତିରେ ଆସି ତାଙ୍କ କଷ୍ଟ ଉପାର୍ଜିତ ୧୨୦ ବସ୍ତା ଧାନ ଚୋରି କରି ନେଇଯାଇଥିଲେ ଏହା ପରେ ଗ୍ରାମ ବାସି ମାନେ ଏକଜୁଟ ହୋଇ ଚୋରଙ୍କୁ ଧରିବା ପାଇଁ ରାତିସାରା ଜଗି ବସି ରହିଥିଲେ l

ଗତ ରାତ୍ରି ରେ ଚୋର ମାନେ ଏକ ମିନି ଟ୍ରକ ନମ୍ବର ସିଜି 04ଜି / 9400 ରେ ବିଲରେ ଧାନ ବସ୍ତା ଭର୍ତ୍ତି କରି ରଖିଥିବା ଅନ୍ତରାମ ଜାଲ ଙ୍କ 107 ପ୍ୟାକେଟ ଓ ଶାନ୍ତି କୁମାର ମିର୍ଦ୍ଧାଙ୍କ 30ପ୍ୟାକେଟ ଧାନ କୁ ଚୋରି କରୁଥିବା ସମୟରେ ସେମାନଙ୍କୁ କାବୁ କରିଥିଲେ l ଏହି ଚୋର ମାନଙ୍କ ଭିତରେ 4 ଜଣ ନାବାଳକ ହୋଇଥିବା ବେଳେ ଅନ୍ୟ ୫ ଜଣ ବୟସ୍କ ବ୍ୟକ୍ତି ଅଟନ୍ତି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭୀମକୋଜ ଗ୍ରାମର ଅଜିତ ନାଏକ (20), ଜିତେନ୍ ଓରାମ (20), ଅବତାବ ଓରାମ (19), ସମ୍ବଲପୁର ଜିଲା ମାନେଶ୍ଵର ବ୍ଲକ ସିକଲେନପାଲି ର ବଣ୍ଟି ଓରାମ (18), ଢେଙ୍କାନାଳ ଜିଲା ସେଙ୍କୁଲାଇଟ ଗ୍ରାମର ଲକ୍ଷ୍ମଣ ଦାସ (26) ପ୍ରମୁଖ ପାଞ୍ଚ ଜଣ ଥିବା ବେଳେ ଚାରି ଜଣ ନାବାଳକ ଅଭିଯୁକ୍ତ ଚୋର ମାନେ ସମସ୍ତେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚାଳର ବୋଲି ଜଣାପଡିଛି। ଅନ୍ୟ ପଟେ ଗ୍ରାମ ବାସି ମାନେ ଚୋରଙ୍କୁ କାବୁ କରି ଅତାବିରା ଥାନା କୁ ଖବର ଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!