ଭଟଲି ବ୍ଲକ ସମନ୍ମୟ କମିଟିର ବୈଠକ

ଭଟଲି,୨୯।୧୧(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ “ସୁରେନ୍ଦ୍ର ସାଇ ଦିବ୍ୟ ଦୃଷ୍ଟି ଯୋଜନା ୨୦୨୪” ଆନୁକୂଲ୍ୟ ରେ ଭଟଲି ବ୍ଲକର ସମନ୍ମୟ କମିଟିର ଏକ ବୈଠକ ଭଟଲି ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସରୋଜା ବେହେରାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଟଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରଣବ କୁମାର ପାଣିଗ୍ରାହୀ, ଡ଼ା ଚନ୍ଦ୍ରଭାନୁ ମହାଳିଙ୍ଗ, ଡ଼ା ଦେବାଶିଷ କୁମାର ବିଶ୍ୱାଳ, ଡ଼ା ରଶ୍ମି ରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ଗଡ଼ତିଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଶ୍ରୀ ମହାନ୍ତି, ଡ଼ା ରିତେଶ ସାହୁ, ବିପିଏମ ଜୟ ପ୍ରକାଶ ପ୍ରଧାନ,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝସକେତନ ଧରାଇ, ବିଏଏମ ଆଲୋକ ବିଶ୍ୱାଳ, ବିଡ଼ିଏମ ଦୁର୍ଗା ପ୍ରସାଦ ମହତ୍ତମ,ଆଇସିଡ଼ିଏସ ସୁପରଭାଇଜର ଅନିତା ଶିକା,ଦୀପିକା ସୋରେଙ୍ଗ,ସିଆରସିସି ସୁଶାନ୍ତ ସୁନା,ମାଧବ ପ୍ରସାଦ ସାହୁ, ଅକ୍ଷୟ କୁମାର ନାଏକ, ଫାର୍ମାସି ଅଫିସର ବିକାଶ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ । ପ୍ରଥମେ ସଭାପତିଙ୍କର ସ୍ୱାଗତ ଭାଷଣ ପରେ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏହି ଯୋଜନା ବିଷୟରେ ଡ଼ା ପ୍ରଣବ ପାଣିଗ୍ରାହୀ ବିସ୍ତୃତ ଆଲୋଚନା କରିଥିଲେ । ବ୍ଲକର ସମସ୍ତ ବିଦ୍ୟାଳୟ ଶିକ୍ଷକ ମାନଙ୍କର ତାଲିମ କାର୍ଯ୍ୟକ୍ରମ ତଥା ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯନ୍ତ ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରି ଚକ୍ଷୁ ସମସ୍ୟା ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚଷମା ବଣ୍ଟନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ଉପରେ ଆଲୋଚନା କରାଯାଇଥିଲା । ଶେଷରେ ପିଏଚଇଓ ଶ୍ରୀଧରାଇ ଧନ୍ୟବାଦ ଅର୍ପଣ କରିଥିଲେ ।