ଭଟଲି, ୧୨।୧୨(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ତହସିଲ କାର୍ଯ୍ୟାଳୟରେ ଗୁରୁବାର ତହସିଲଦାର ଭାବେ ରାମକୃଷ୍ଣ ମିଶ୍ର ଯୋଗ ଦେଇଛନ୍ତି । ସେ ପୂର୍ବରୁ ଏହି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ ସୁଚାରୁ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ପୁଣିଥରେ ଭଟଲି ତହସିଲ କାର୍ଯ୍ୟାଳୟରେ ଭଟଲି ବାସୀଙ୍କ ସେବା କରିବାର ସୁଯୋଗ ପାଇଛନ୍ତି । ତହସିଲଦାର ମିଶ୍ର ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା କ. ନୂଆଗାଁରେ ତହସିଲଦାର ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତେବେ ଆଗକୁ ଭଟଲି ବାସୀ କିଭଳି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେନେଇ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କ ପୂର୍ବରୁ ଭଟଲି ତହସିଲଦାର ଥିବା ଜି. ରଶ୍ମିରେଖା ସୋନପୁର ତହସିଲଦାର ଭାବେ ବଦଳି ହୋଇଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!