ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ମାନଙ୍କ ଡାକ୍ତରୀ ପରୀକ୍ଷା ଶିବିର

ଭଟଲି, ୧୯।୧୨(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ଅନ୍ତନିବେଶୀ ସାଧନ କେନ୍ଦ୍ର ପରିସରରେ ଦିବ୍ୟାଙ୍ଗ ଶିଶୁମାନଙ୍କ ବ୍ଲକ୍ ସ୍ତରୀୟ ଡାକ୍ତରୀ ପରୀକ୍ଷା ଶିବିର ତଥା ଉପକରଣ ବଣ୍ଟନ ଓ ଚିହ୍ନଟିକରଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଅଲିମକୋ ର ଡାକ୍ତର ସୁରେନ୍ଦ୍ର ଭୋଇ, ଧରିତ୍ରୀ ଗଡତିଆ, ବିଶ୍ଵ ରଞ୍ଜନ ପୃଷ୍ଟି ଓ ବିଜୟ କୁମାର ଯୋଗଦାନ କରି ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଶ୍ରୀ ମହାନ୍ତି, ମୁଖ୍ୟ କିରାଣୀ ମିନତୀ ଶତପଥୀ, ମିତ୍ରଭାନୁ ସାହୁ, ସୁବାସ ପଟେଲଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିବିରକୁ ବିଆରଟି ହରିବନ୍ଧୁ ଭୋଇ ଓ ଛନ୍ଦାଚରଣ ମେହେର ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ୫୦ ଜଣ ଦିବ୍ୟାଙ୍ଗ ଶିଶୁ ଉପକୃତ ହୋଇଥିଲେ । ସେମାନେ ପ୍ରାୟ ୪,୭୭,୫୧୮ ମୂଲ୍ୟର ଉପକରଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।