Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଭଟଲି ବ୍ଲକରେ ମନରେଗା ସାମାଜିକ ସମୀକ୍ଷା  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଭଟଲି ବ୍ଲକରେ ମନରେଗା ସାମାଜିକ ସମୀକ୍ଷା 

0

ଭଟଲି,୧୯।୧୨(ସଂସ୍କୃତି ମିଡ଼ିଆ )-ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଗ୍ରାମସଭା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଳା, କେଲେଣ୍ଡାପାଲି ଏବଂ ସୁକୁଡ଼ା ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧ ଅପ୍ରେଲ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ବ୍ୟବହୃତ କାଗଜପତ୍ର ଯାଞ୍ଚ ତଥା ଗୃହ ପରିଦର୍ଶନ ପରେ ବାହାରିଥିବା ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ଗ୍ରାମ୍ୟ ସମ୍ବଳ କର୍ମୀ ତଥା ଜନସାଧାରଣଙ୍କ ଦ୍ଵାରା ଗ୍ରାମସଭାରେ ଉପସ୍ଥିତ ହିତାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ନିଷ୍ପତ୍ତି ନିଆଯାଇଥିଲା l ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁ ତେଜାଗୋଳା ଗ୍ରାମ ପଞ୍ଚାୟତ ଗ୍ରାମସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଗ୍ରାମସଭାରେ ତେଜାଗୋଳା ସରପଞ୍ଚ ଅମ୍ୱାଳିକା ପଧାନ, କେଲେଣ୍ଡାପାଲି ସରପଞ୍ଚ ସୁବ୍ରତ ବାଗ, ସୁକୁଡ଼ା ସରପଞ୍ଚ ନିଲିମା ବନଛୋର୍, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରିତେଶ ଭୁଏ, ଉମେଶ କୁମାର ସେଠ, ନବୀନ କୁମାର ସାହୁ,ଏଡିଇଓ ଡାକ୍ତର ସାହୁ, ଡୋଳାମଣି ସାହୁ,ଗ୍ରାମ୍ ରୋଜଗାର ସହାୟକ ନିଲିମା କାଲୋ, ଗ୍ରାମ୍ୟ ସମ୍ବଳ କର୍ମୀ, ଶ୍ରମିକ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତଥିଲେ l ରେକର୍ଡ ପତ୍ର ଯାଞ୍ଚ ସମୟରେ ବାହାରିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହେଲା l ଗ୍ରାମ୍ୟ ସମ୍ବଳ କର୍ମୀ ଶୈଳ୍ୟ ମହାନନ୍ଦ, ମାଧବୀ ଖମାରୀ, ପଦ୍ମାବତୀ ସାହୁ, ଅଞ୍ଜୁ ସାହୁ, ସୁଜାତା ପାଣ୍ଡେ, ଉର୍ବଶୀ ସା, ମମତା ସାହୁ ଏବଂ ଗୋଳାବତୀ ଭୋଇ ଯୋଗଦେଇ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!