ସି.ଆଇ.ଏସ.ଏଫ ଯବାନ ବିଜୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

0

ଅତାବିରା , 19/12(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କେନ୍ଦପାଲି ଗ୍ରାମର ଜୈନିକ ଯବାନ ବିଜୟ ପ୍ରଧାନ (27)ଙ୍କ ଦୁର୍ଘଟଣାରେ ବୁଧବାର ବିୟୋଗ ଘଟିଥିଲା l ଗୁରୁବାର ମୃତ ବିଜୟଙ୍କ ପାର୍ଥିବ ଶରୀର ଗାଁକୁ ଆସିବାପରେ ରାଷ୍ଟ୍ରୀୟ ମଯ୍ୟାଦା ସହ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି l

ସ୍ବର୍ଗତ ବିଜୟ 2017 ମସିହାରୁ କଳ୍ପକ୍କାମ ସ୍ଥିତ ସି.ଆଇ.ଏସ.ଏଫ ୟୁନିଟ ଡିଇଟି ରେ ନମ୍ବର 170822509 CT / GD ଭାବେ କାର୍ଯ୍ୟରତ ଥିଲେ l ଚଳିତ ଡିସେମ୍ବର ମାସ ୯ ତାରିଖ ବିଜୟ ଛୁଟିରେ ନିଜ କେନ୍ଦପାଲି ସ୍ଥିତ ଘରକୁ ଆସିଥିଲେ l କୌଣସି ଏକ କାମରେ ଗତକାଲି ବୁଧବାର ବିଜୟ ତାଙ୍କ ବନ୍ଧୁ ଏମ ବାଲକୃଷ୍ଣ ଙ୍କ ସହ ନିଜ ବୁଲେଟ ବାଇକ ନମ୍ବର ଓଡ଼ି 17ଏଡ଼ି 1587 ଯୋଗେ ସମ୍ବଲପୁର ଯଇଥିଲେ l ସମ୍ବଲପୁରରୁ ସନ୍ଧ୍ୟାରେ ଫେରୁଥିବା ବେଳେ ସମ୍ବଲପୁର -ବରଗଡ଼ 53 ନମ୍ବର ଜାତୀୟ ରାଜପଥର ଗୋଡ଼ଭଗା ନିକଟସ୍ଥ ଘୁଡୁକାଟିକ୍ରା ଛକରେ ହଠାତ ଏକ ପିକଅପ ଭେନ ନମ୍ବର ଓଡ଼ି 15ସି / 6031 ଅପରପାର୍ଶ୍ୱ ରାସ୍ତାକୁ ଯିବାକୁ କ୍ରସିଂ ଆଡ଼କୁ ଗାଡି ବୁଲାଇ ଦେବାରୁ ପଛରେ ଆସୁଥିବା ବିଜୟଙ୍କ ବୁଲେଟରେ ପିକଅପ ବାଡେଇ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l ଫଳରେ ବିଜୟ ଓ ତାଙ୍କ ବନ୍ଧୁ ବାଲକୃଷ୍ଣ ଦୁହେଁ ଗୁରୁତର ଆହତ ହୋଇଥିଲେ l ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇଥିଲେ l ହେଲେ ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଛେଦ ପରେ ଗୁରୁବାର ମଧ୍ୟାହ୍ନରେ ବିଜୟ ଙ୍କ ମର ଶରୀର କେନ୍ଦପାଲି ଗ୍ରାମକୁ ପହଞ୍ଚିଲା ପରେ ସ୍ତବ୍ଧିଭୁତ ହୋଇପଡ଼ିଥିଲେ ଗ୍ରାମବାସୀ l କାନ୍ଦ ବୋବାଳିରେ ଫାଟି ପଡିଥିଲା ବିଜୟଙ୍କ ଘର l ମାଁ ତପସ୍ୱିନୀ ପ୍ରଧାନ କାନ୍ଦି କାନ୍ଦି ପୁଅ ବିଜୟ ଙ୍କୁ ଶେଷ ଦର୍ଶନ କରିଥିଲେ l ଉପସ୍ଥିତ ଗଣ୍ୟମାନ୍ୟଙ୍କ ସମେତ ଗ୍ରାମବାସୀ ଜଣଙ୍କ ପରେ ଜଣେ ଅଶ୍ରୁଳ ନୟନରେ ପୁଷ୍ପ ମାଲ୍ୟ ଦେଇ ସ୍ବର୍ଗତ ଯବାନ ବିଜୟଙ୍କୁ ଶେଷ ଦର୍ଶନ କରିଥିଲେ l ଗାଁ ଶ୍ମଶାନରେ କଳ୍ପକ୍କାମ ସ୍ଥିତ ସି.ଆଇ.ଏସ.ଏଫ ୟୁନିଟ ଡିଇଟିରୁ ସବ ଇନିସ୍ପେକ୍ଟର ଏସ. କେ ଯାଦବଙ୍କ ନେତୃତ୍ୱରେ ଆସିଥିବା ସହଯୋଗୀ ସ୍ବର୍ଗତ ବିଜୟ ପ୍ରଧାନଙ୍କୁ ତୋପ ସଲାମୀ (guard of honour) ପ୍ରଦାନ କରାଯାଇଥିଲା l ପରେ ବଡ଼ ଭାଇ ଦାମ୍ବୋଦର ପ୍ରଧାନ ମୁଖାଗ୍ନୀ ଦେଇଥିଲେ l
କଳ୍ପକ୍କାମ ସ୍ଥିତ ସି.ଆଇ.ଏସ.ଏଫ ୟୁନିଟ ଡିଇଟିର ଡିଜି ନମିସ୍ କୁମାର ସିଂ ଏକ ଶୋକ ପତ୍ରରେ ବିଜୟଙ୍କ ଅକାଳ ବିୟୋଗରେ ମୁଁ ମୋର ଗଭୀର ସମବେଦନା ଜଣାଉଛି l ଏହି ଦୁଃଖଦ ମୁହୂର୍ତ୍ତରେ ଆମେ ଆପଣଙ୍କ ସହିତ ଛିଡା ହୋଇଛୁ ଏବଂ ସର୍ବଶକ୍ତିମାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାକୁ ଶକ୍ତି ପ୍ରଦାନ କରିବା ସହ ବିଜୟଙ୍କ ଅମର ଆତ୍ମା ​​ଶାନ୍ତିରେ ବିଶ୍ରାମ କରନ୍ତୁ ବୋଲି ଉଲ୍ଲେଖ କରି ବାପା ଗୁରୁଚରଣ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!