Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଏସବିଆଇ ପକ୍ଷରୁ ଅତାବିରାରେ ଅନ୍ନଦାତା ଦିବସ ପାଳିତ  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଏସବିଆଇ ପକ୍ଷରୁ ଅତାବିରାରେ ଅନ୍ନଦାତା ଦିବସ ପାଳିତ 

0

ସରଣ୍ଡା, 19/12(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ  ଜହ୍ନ।ପଡା ପଞ୍ଚାୟତ ରେଙ୍ଗାଲିକେମ୍ପ ଠାରେ ଗୁରୁବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ଅତାବିରା ଶାଖା ପକ୍ଷରୁ  ଅନ୍ନଦାତା ଦିବସ ପାଳିତ ହୋଇଯାଇଛି।ଶାଖା ମୁଖ୍ୟ ପ୍ରବନ୍ଧକ ସୁଧାଂଶୁ ଶେଖର ସାହୁ ଅଧ୍ୟକ୍ଷତା କରିବା ସହ ବ୍ୟାଙ୍କ ମାଧ୍ୟମରେ କୃଷକ ମାନଙ୍କ ଉନ୍ନତି ସକାଶେ ଥିବା ବିଭିନ୍ନ ଯୋଜନା ଓ ଋଣ ଗୁଡ଼ିକ ବିଷୟରେ ପ୍ରତିପାଦିତ କରିଥିଲେ। ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କୃଷକ ବିରେନ୍ କର ଓ ଗୟାପ୍ରସାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷକମାନଙ୍କ ହିତ ସାଧନ ତଥା ଅଧିକ ଉପାର୍ଜନ ପାଇଁ ଆବଶ୍ୟକ ଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଉପସ୍ଥାପନ କରିଥିଲେ।ବ୍ୟାଙ୍କ ମାଧ୍ୟମରେ ସରକାରୀ ଯୋଜନାରେ ସାମିଲ ହୋଇ ସଫଳ ହୋଇଥିବା ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉପ ପ୍ରବନ୍ଧକ ପ୍ରାଣ ରଞ୍ଜନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!