ଭୁକ୍ତା ବାଳିକା ହାଇସ୍କୁଲରେ କ୍ରୀଡ଼ା ଉତ୍ସଵ 

0

ଅମ୍ବାଭୋନା,୧୯/୧୨(ସଂସ୍କୃତି ମିଡ଼ିଆ )ଗୁରୁବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା ରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଶିକ୍ଷକ ଫଣିନ୍ଦ୍ର ନାଥ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ କ୍ରୀଡ଼ା ଉତ୍ସଵ ପାଳିତ ହୋଇଯାଇଛି । ଅନୁ ଦାସ ଶାନ୍ତି ଶୃଙ୍ଖଳା ସହ କ୍ରୀଡ଼ା ଉତ୍ସଵ ନିୟମ ପାଳନ ପାଇଁ ଶପଥ ପାଠ କରାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଛାତ୍ରୀ ମାନଙ୍କ ପାଇଁ କ୍ରୀଡାର ଆବଶ୍ୟକତା, ଉପକାରିତା ଓ ସରକାରୀ ସୁବିଧା, ସହାୟତା ବିଷୟରେ ଛାତ୍ରୀମାନଙ୍କୁ ବୁଝାଇ ଥିଲେ । ସହକାରୀ ଶିକ୍ଷକ ସନ୍ତୋଷ ମେହେର ବିଭିନ୍ନ ପ୍ରକାର ଖେଳ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇ ଥିଲେ । ଏହି ଉତ୍ସବ ରେ ବିଭିନ୍ନ ପ୍ରକାରର ଖେଳ, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଫଣିନ୍ଦ୍ର ନାଥ ସାହୁ ଖେଳ ପରିଚାଳନା କରିଥିଲେ । ଶିକ୍ଷକ ଗୋଳେଖ ପ୍ରଧାନ,ଚୌବର୍ଗ ଭୋଇ, ଚିତ୍ତ ରଞ୍ଜନ ପ୍ରଧାନ,ଅଳିନା ଦାଶ, ରାଜକୁମାରୀ ପଟେଲ ଓ ସମସ୍ତ ଛାତ୍ରୀ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!