ଅତାବିରା ମହାବିଦ୍ୟାଳୟର ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ

ଅତାବିରା ,୨୧/୧୨(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିର ମହାବିଦ୍ୟାଳୟ ପକ୍ଷରୁ ଫିଟ ଇଣ୍ଡିଆ ମିଶନ ସହ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ବିନୀ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ଉତ୍ସବରେ ଅତାବିରା ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା କୁ ଉତ୍ତୋଳନ ପୁର୍ବକ ମଶାଲ ସ୍ଥାପନ କରିଥିଲେ l ଏହି କ୍ରୀଡ଼ାରେ ଉଭୟ ବାଳକ ଓ ବାଳିକା ବିଭାଗକୁ ନେଇ ୧୦୦, ୨୦୦, ୪୦୦, ୮୦୦ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ ଥୋ, ଡିସ କସ ଥ୍ରୋ ଆଦି 31 ଗୋଟି ଖେଳ ପ୍ରତିଯୋଗିତା ଗୁଡିକ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥଲା l ପ୍ରତି ବିଭାଗରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନରେ ଅଧିକାର କରିଥିବା ୧୦୮କୃତି ଛାତ୍ରୀଛାତ୍ର ମାନଙ୍କୁ ଟ୍ରଫି ମାନ ପତ୍ର ଓ ମେଡାଲ ରେ ପୁରସ୍କୃତ କରାଯାଇଥିଲା। କ୍ରୀଡ଼ା ଉପଦେଷ୍ଟା ଯୁକ୍ତ ୩ର ଅଧ୍ୟାପକ ଦିଲୀପ କୁମାର ବହିଦାର ଓ ଯୁକ୍ତ ୨ର ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳକୁ ଖେଳ ଶିକ୍ଷକ ଲବ ସାହୁ, ଶୁଭକାନ୍ତ ମେହେର, ପିତାମ୍ବର ସୁନା ପରିଚାଳନା କରିଥିଲେ l ଅଧ୍ୟାପକ ସୂର୍ଯ୍ୟ ନାରାୟଣ ବିଶ୍ୱାଳ, ତ୍ରିବିକ୍ରମ ମହାପାତ୍ର, ହୃଦୟାନନ୍ଦ ପ୍ରଧାନ, ଯୋଗେଶ ଚନ୍ଦ୍ର ନାଏକ, ବିଭୁତି ନାଏକ, ଅରୁଣ ତ୍ରିପାଠୀ, ବଜରଙ୍ଗ ବଗର୍ତ୍ତୀ, ଜନାର୍ଦ୍ଦନ ପ୍ରଧାନ, ଯୁବରାଜ ଭୁଏ, ରେଣୁକା ପ୍ରଧାନ, କ୍ରିଷ୍ଣାଞ୍ଜଳି ବିଶ୍ୱାଳ, ସିପ୍ରା ମିଶ୍ର, ଅପର୍ଣ୍ଣା ସାହୁ, ସୋନାଲି ଭୋଇ, ଅସ୍ମିତା ଛୁରିଆ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରାଧ୍ୟାପକ ପରମାନନ୍ଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।