ବରଗଡ଼ ରୁ ବିରାଟ ଅଜଗର ଉଦ୍ଧାର

0

ବରଗଡ଼, 21/12(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଖେଦାପାଲି ନିକଟସ୍ଥ ସରକାରୀ ପଲିଟେକନିକ୍ ପଛ ପଟୁ ଥିବା ଧାନ ବିଲାରୁ ଏକ ଅଜଗର ସାପ ବାହାରି ରାସ୍ତା ଉପରକୁ ଚଢିବା ବେଳେ ସ୍ଥାନୀୟ ଲୋକଙ୍କ ନଜର ରେ ପଡିଥିଲା । ଲୋକଙ୍କୁ ଦେଖି ସାପଟି ରାସ୍ତା ଉପରେ କିଛି କ୍ଷଣ ରହି ଯାଇଥିଲା । ଅଜଗର ସାପକୁ ଦେଖି ଭୟ ପାଇ ଲୋକେ ସ୍ନେକ୍ ହେଲ୍ପ ଲାଇନ କୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ର ବରିଷ୍ଠ ସଦସ୍ୟ ରମଣ ବାଗ୍ ନିଜର ସହଯୋଗୀ ମାନସ ପ୍ରଧାନଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପ୍ରଥମେ ରମଣ ଅଜଗର ସାପଟି ଏକ ବିଷ ହୀନ ସାପ ହୋଇଥିବାରୁ ସେହି ଅଞ୍ଚଳରେ ରହିଲେ କାହାର କିଛି କ୍ଷତି ହେବ ନାହିଁ ବୋଲି ବୁଝାଇ ଥିଲେ । ହେଲେ ଅଜଗର ସାପ ସେଇ ଅଞ୍ଚଳରେ ରହିଲେ ଲୋକଙ୍କର ଛେଳି ମେଣ୍ଢା ଆଦି ଖାଇଯିବ ବୋଲି ଲୋକେ ଅଭିଯୋଗ କରିଥିଲେ । ଯଦି ସାପ କୁ ସେଠୁ ଅନ୍ୟତ୍ର ନ ନିଆଯାଏ, ତାକୁ ଲୋକେ ମାରି ଦେବାର ଆଶଙ୍କା ଥିବାରୁ ରମଣ ସାଢେ଼ 8 ଫୁଟ ଲମ୍ବର ଅଜଗର ସାପ ଟିକୁ ଉଦ୍ଧାର କରି ଥିଲେ । ବନ କର୍ମଚାରୀ ଙ୍କ ଉପସ୍ଥିତିରେ ସାପ ଟିକୁ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।


Leave a Reply

Your email address will not be published. Required fields are marked *

error: Content is protected !!