ଅତାବିରା ଭୋଇପୁରାର ମନୋଜ ପଞ୍ଚମ ହେଲେ ଏ ବି ଭି ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

0

ଅତାବିରା, 30/12(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଭୋଇପୁରାର ମନୋଜ ପଞ୍ଚମ ହେଲେ ଏ ବି ଭି ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ l ବିଶ୍ଵର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୪୯ତମ ରାଜ୍ୟ ଅଧିବେଶନ କଟକ ଜବାହର ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ଅଧିବେଶନ ଗତ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ଅଧିବେଶନ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ରାଷ୍ଟ୍ର ପ୍ରତି ଭଲପାଇବା ଓ ଶିକ୍ଷା କ୍ଷେତ୍ର ରେ କେମିତି ବିକାଶ ହେବ ଦିଗ ଦର୍ଶନ ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣ ରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ନୂତନ ଦାୟିତ୍ବ ମଧ୍ୟ ଘୋଷଣା ହୋଇଥିଲା । ଏହି ନୂତନ ଦାୟିତ୍ବ ଘୋଷଣା ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ବରଗଡ଼ ଜିଲ୍ଲା ର ମନୋଜ ପଞ୍ଚମ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବରଗଡ଼ ଜିଲ୍ଲା ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!