କାଳବୈଶାଖୀ ତାଣ୍ଡବ : ଅଗ୍ନିଶମ ବିଭାଗ ଅକ୍ଲାନ୍ତ ପରିଶ୍ରମ ପରେ ଯାତାୟତ ସ୍ୱାଭାବିକ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 34;
ଅତାବିରା, 1/5(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ମଙ୍ଗଳବାର ରାତି ୮ଟାରୁ କାଳବୈଶାଖୀ ତାଣ୍ଡବ ଏବଂ ଝଡବତାସ ସହିତ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡିକରେ ବଡ଼ ବଡ଼ ଗଛ ପଡ଼ି ଯାତାୟତ ଠପ୍ ହୋଇ ପଡିଥିଲା । ତେବେ ଅତାବିରା ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଜାତୀୟ ରାଜପଥ ମଙ୍ଗଳବାର ରାତ୍ରି 10ଟାରେ ସ୍ୱାଭାବିକ ହୋଇଥିବା ବେଳେ ବାବେବିରା ଗ୍ରାମ୍ୟ ରାସ୍ତା ରାତ୍ରି ସାଢେ 11 ଟାରେ ସ୍ୱାଭାବିକ ହୋଇଥିଲା l ଅନ୍ୟ ପଟେ ସରଣ୍ଡା ମହାପାତ୍ର ପଡା ଗ୍ରାମ୍ୟ ରାସ୍ତାରେ ବିରାଟ ବଟ ବୃକ୍ଷ, ବେଳ ଗଛ ଓ ସରକାରୀ ତେନ୍ତୁଳି କଣ୍ଟା ବୃକ୍ଷ ରାସ୍ତାରେ ପଡ଼ିବା ସହ ପାଖ ଘର ଉପରେ ପଡିବାରୁ କାହାରି କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଯାତାୟତ ଠପ୍ ହୋଇ ପଡିଥିଲା l ତେବେ ଅତାବିରା ଅଗ୍ନିଶମ ବୁଧବାର ସକାଳେ ବିଭାଗ ଖବର ପାଇ କେନ୍ଦ୍ର ଅଧିକାରୀ ମିଶ୍ର କିଶାନଙ୍କ ନେତୃତ୍ୱରେ ସଦଲବଳ ଆସି ୬ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ରାସ୍ତା ସ୍ୱାଭାବିକ ହୋଇଥିଲା l ଏଥିରେ ମହାପାତ୍ର ପଡ଼ାବାସୀ ସହଯୋଗ କରିଥିଲେ l
ଫାୟାର ଫାଇଟର ରାଜେନ୍ଦ୍ର ଏକ୍କା, ଯୋଗେଶ ନାୟକ, ଚକ୍ରଧର ଦାଣ୍ଡିଆ, ବିକି ବେହେରା, ପୁରୁଷୋତ୍ତମ ସାହୁ, ଏବଂ ଗାଡି ଚାଳକ ପ୍ରଦୀପ କୁମାର ହେସ ପହଞ୍ଚି ପଡାବାସୀଙ୍କ ସହଯୋଗରେ ଅକ୍ଲାନ୍ତ ପରିଶ୍ରମ କରି ଗଛ ଗୁଡିକୁ କଟର ସାହାଯ୍ୟରେ କାଟି ହଟାଇବା ପରେ ଦିନ ସାଢେ 11ଟାରେ ଯାତାୟତ ସ୍ୱାଭାବିକ ହୋଇଥିଲା l ଏଠାରେ ଅଗ୍ନିଶ୍ରମ ବିଭାଗ ପାଖରେ ଥିବା ଗୋଟିଏ ମାତ୍ର କଟର ମେସିନ ରେ କାମ କରୁଥିବା ଦେଖିବାକୁ ମିଳିଥିଲା l ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତାବିରା ଅଗ୍ନିଶମ ବିଭାଗକୁ ଅଧିକ ଗଛ କଟା କଟର ମେସିନ ଯୋଗାଇ ଦେବାକୁ ସରଣ୍ଡା ମହାପାତ୍ର ପଡା ବାସୀ ଦାବୀ କରିଥିଲେ l
ଏଠାରେ ସୂଚନା ଯୋଗ୍ୟ ଯେ, ସମ୍ବଲପୁର – ବରଗଡ଼ ଓ ବରଗଡ – ସମ୍ବଲପୁର ଚାରିଧାକିଆ 53 ନମ୍ବର ଜାତୀୟ ରାଜପଥର ଦେବହାଲ, ରେଙ୍ଗାଲି କେମ୍ପ ଓ ଶୁକୁ୍ଟାପାଲିରେ କାଳବୈଶାଖୀ ଝଡ଼ବତାସ ଯୋଗୁଁ ବଡ଼ ବଡ଼ ଗଛ ପଡ଼ି ମଙ୍ଗଳବାର ରାତ୍ରିରେ ଜାତୀୟ ରାଜପଥ ଅବରୋଧ ହୋଇ ପଡିଥିଲା l ସେହିପରି ବାବେବିରା ଗ୍ରାମ୍ୟ ରାସ୍ତାରେ ମଧ୍ୟ ଅନୁରୂପ ଭାବେ ଗଛ ପଡ଼ି ଯାତାୟତ ବାଧା ପ୍ରାପ୍ତ ହୋଇଥିଲା l ତେବେ ଅଗ୍ନିଶମ ବିଭାଗର ତ୍ୱରିତ ପଦ କ୍ଷେପ ଯୋଗୁଁ ଜାତୀୟ ରାଜପଥରେ ମଙ୍ଗଳବାର ରାତ୍ର 10ଟା ଏବଂ ଗ୍ରାମ୍ୟ ରାସ୍ତା ଟି ସେହିଦିନ ରାତ୍ର ସାଢେ 11ଟାରେ ଅଗ୍ନିଶମ ବିଭାଗ ଯାତାୟତ ସ୍ୱାଭାବିକ କରିଥିଲେ l
ତେବେ ବିଦ୍ୟୁତ ବିଭାଗର ଅବହେଳା କାରଣରୁ ଅତାବିରା ସହରାଞ୍ଚଳରେ ବୁଧବାର ପାହାନ୍ତିଆ 3ଟା 23 ମିନିଟରେ ବିଦ୍ୟତ ସ୍ୱାଭାବିକ ହୋଇଥିବା ବେଳେ ସରଣ୍ଡା ମହାପାତ୍ର ପଡ଼ାରେ ବୁଧବାର ସନ୍ଧ୍ୟାରେ ଦୀର୍ଘ 24 ଘଣ୍ଟା ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଛି l ଏନେଇ ଅତାବିରା ବିଦ୍ୟୁତ ଏସଡ଼ିଓ ଙ୍କୁ ତାଙ୍କ ମୋବାଇଲ ନମ୍ବର 9437058021ରେ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ଫୋନ ଉଠାଉ ନ ଥିବାରୁ ତାଙ୍କର ପ୍ରତିକ୍ରିୟା ନିଆଯାଇ ପାରି ନାହିଁ l