କେଶାଇପାଲିରେ ନୃସିଂହ ଜନ୍ମୋତ୍ସବରେ ସାଂସ୍କୃତିକ ଶୋଭଯାତ୍ରା

0

ଭଟଲି,୧୧।୫(ସଂସ୍କୃତି ମିଡ଼ିଆ)- ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଗ୍ରାମର ନୃସିଂହ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ନାଟ୍ୟାଭିନୟ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ପରିବେଷିତ କରାଯାଉଛି। ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରବିବାର ଦ୍ୱିତୀୟ ଦିନ ସିଂଦ୍ଵାର ପ୍ରତିଷ୍ଠା, ସୂର୍ଯ୍ୟପୂଜା, ଋଦ୍ରାଭିଷେକ, ନୃସିଂହଜନ୍ମୋତ୍ସବ, ବିଷ୍ଣୁ ସହସ୍ରନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୬ ଘଟିକାରେ ନୃସିଂହ ମହାପ୍ରଭୁଙ୍କର ଛାୟା ପ୍ରତିମା, ଅସ୍ତ୍ର ଶସ୍ତ୍ର, ପୁଜା ସରଞ୍ଜାମ ତଥା ଦଶାବତାରଙ୍କ ସାଂସ୍କୃତିକ ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣ । ଗ୍ରାମବାସୀ ନିଜ ନିଜ ଗୃହ ସମ୍ମୁଖରେ ଝୋଟି, ରଙ୍ଗୋଲୀ କାଟି କଳସ, ଜାଗର ବସାଇ ମହାପ୍ରହୁଙ୍କ ପଦଧୋଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଆଳତୀ ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଜମିଦାର ଲଷ୍ମୀନାରାୟଣ ସିଂ ଓ ତାଙ୍କ ସହଧର୍ମିଣୀ ଜ୍ୟୋସ୍ନାରାଣୀ ସିଂ କର୍ତ୍ତା କାର୍ଯ୍ୟ ତୁଲାଇଥିବା । ପଣ୍ଡିତ ଚୁଡାମଣୀ ରଥ, ଭାଗରଥୀ ମହାପାତ୍ର, ବିଷ୍ଣୁ ଦାଶ, ବିଘ୍ନରାଜ ଦାଶ, ସରୋଜ ରଥ ପୂଜାର୍ଚ୍ଚନା କରିଥିଲେ । ମୋତି ବନମାଳୀ ସହଯୋଗ କରିଥିଲେ। ସନ୍ଧ୍ୟାରେ ହିରଣ୍ୟକଶ୍ୟୁପଙ୍କର ନଗର ପରିଭ୍ରମଣ । ରାଜଦରବାରରେ ହିରଣ୍ୟକଶ୍ୟୁପ ପୁତ୍ର ଭକ୍ତ ପ୍ରହଲ୍ଲାଦଙ୍କୁ ଶିକ୍ଷା ଲାଭ ପାଇଁ ଗୁରୁଗୃହ ପ୍ରେରଣ । ବିଷ୍ଣୁ ଭକ୍ତ ପୁତ୍ରକୁ ମହାରାଜଙ୍କ ଅକଥନୀୟ ଅତ୍ୟାଚାର, ଭଗିନୀ ହୋଲିକାକୁ ପ୍ରହଲ୍ଲାଦକୁ ମାରିବା ପାଇଁ ପ୍ରେରଣ । ପ୍ରହଲ୍ଲାଦ କିଭଳି ବିଷ୍ଣୁ ଭକ୍ତିରୁ କ୍ଷାନ୍ତ ରହିବେ ସେ ବିଷୟରେ ମହର୍ଷି ନାରଦ ଏବଂ ମନ୍ତ୍ରୀମଣ୍ଡଳଙ୍କ ବିଚାରବିମର୍ଶ ସହିତ ମନ୍ତ୍ରଣା ନାଟ୍ୟାଭିନୟ ମାଧ୍ୟମରେ ପରିବେଷଣ ହୋଇଥିଲା। ଏହା ସହିତ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଗ୍ରାମର ତଥା ଆଖପାଖ ଅଞ୍ଚଳର ବହୁଭକ୍ତଙ୍କ ସମାଗମ ହୋଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!