ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଚମତ୍କାର ସଫଳତା

0

ବିକାଶ ଆବାସିକ ବିଦ୍ୟାଳୟ (କ୍ରୀଷ୍ଣା ବିକାଶ ଗ୍ରୁପ) ବରଗଡ଼ର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୩ ଜଣ,

ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ୯୫% ରୁ ଉର୍ଦ୍ଧ୍ୱ ମାର୍କ ।

ଦଶମରେ ୧୦୧ ଜଣ ଓ ଦ୍ୱାଦଶରେ ୮୪ ଜଣ ଛାତ୍ରଛାତ୍ରୀଙ୍କ ୯୦% ରୁ ଉର୍ଦ୍ଧ୍ୱ ମାର୍କ

କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ସିବିଏସ୍‌ଇ ସ୍କୁଲ୍ ର ଦଶମରେ ସର୍ବୋଚ୍ଚ ୯୭.୮% ଓ ଦ୍ୱାଦଶରେ ସର୍ବୋଚ୍ଚ ୯୭.୮%

ବରଗଡ଼, ୧୩ ।୦୫ (ସଂସ୍କୃତି ମିଡ଼ିଆ)- ଆଜି ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶିତ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ସଫଳତା ଲାଭ କରିଛନ୍ତି l ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୧୩ ଜଣ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୨୬ ଜଣ ଛାତ୍ରଛାତ୍ରୀ ଙ୍କ ୯୫% ଏବଂ ଦଶମରେ ୧୦୧ଜଣ ଓ ଦ୍ୱାଦଶରେ ୮୪ ଜଣ ଛାତ୍ରଛାତ୍ରୀଙ୍କ ୯୦% ରୁ ଉର୍ଦ୍ଧ୍ୱ ମାର୍କ ଏବଂ ଦଶମରେ ୨୩୦ ଜଣ ଓ ଦ୍ୱାଦଶରେ ୨୮୧ ଜଣ ଛାତ୍ରଛାତ୍ରୀ ୮୦ ରୁ ଉର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖି ସ୍କୁଲ୍‌କୁ ଓଡ଼ିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି ବୋଲି ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର୍ ଶ୍ରୀ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ପରୀକ୍ଷା ଫଳାଫଳ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ କହିଛନ୍ତି ଯେ, ଦଶମରେ ୯୦ରୁ ଉର୍ଦ୍ଧ୍ୱ ପ୍ରତିଶତ ରଖିଥିବା ୧୦୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ହରିପ୍ରିୟା ଦାସ ଏବଂ ଶ୍ରେୟାଂଶ ପଂସାରୀ ଉଭୟେ ୯୭.୮%, ଦକ୍ଷେଶ ମିଶ୍ର ୯୭.୨%, ଅନ୍ମେଶା ଗୁପ୍ତା ୯୭%, ସୁଚିସ୍ମିତା ରାଉତ ୯୭%, ଭଗିସା ଲାକ୍ରା ୯୬.୬%, ସ୍ପନ୍ଦନ ସାସ୍ୱତ ପ୍ରଧାନ ୯୬.୪%, ଦିପକ ପଟେଲ ୯୬.୨%, ଓମ୍ ସ୍ୱରୂପ ମହାପାତ୍ର ୯୬.୨%, ପିୟୁଷ ବାଙ୍କା ୯୫.୪%, ଅମ୍ଲାନ ସାହୁ ୯୫.୪%, ବିଦୁସ୍ମିତା ପଟେଲ ୯୫.୨%, ରିତିକା ବର୍ମା ୯୫% ମାର୍କ ରଖି ସଫଳତା ତାଲିକାର ଶୀର୍ଷରେ ଅଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଶୁଭମ ପଣ୍ଡା ୯୭.୨%, ହେମାକ୍ଷି ହର୍ଷିତା ନାଗ ୯୬.୪%, ରିଦ୍ଧି ଜୈନ ୯୬.୪%, ସରନ୍ୟା ପଧାନ ୯୬.୪%, ପ୍ରତ୍ୟୁଷ କୁମାର ସାହୁ ୯୬.୨%, ପିୟୁଷ ମିଶ୍ର ୯୫.୮%, ଦିଭିତା କେଜ୍ରିୱାଲ ୯୫.୮%, ପିୟୁଷ ସାହୁ ୯୫.୮%, ରୋନକ ସାହୁ ୯୫.୮%, ପ୍ରଜ୍ଞା ଶୈଲି ଟପୋ ୯୫.୬%, ଆରତୀ ସାହୁ ୯୫.୬%, ପ୍ରଗତି ସେତା ୯୫.୪% ଚିନ୍ମୟୀ ସାହୁ ୯୫.୪% ରଖିଥିବାବେଳେ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ଗଗନ ପ୍ରୁସେଟ୍ ୯୭.୬%, ଅଦ୍ରିଶ ଭଟ୍ଟାଚାର୍ଯ୍ୟ ୯୭.୨%, ତ୍ରିଲୋକ ସା ୯୭.୨%,  ପ୍ରିୟାଂଶୁ ଜୈନ ୯୬.୨%, ଭୁପେନ୍ଦ୍ର ପଟେଲ ୯୬ % ଏବଂ ଦ୍ୱାଦଶ ଶ୍ରେଣୀ କଳା ବିଭାଗରେ ଶୁଭିକ୍ଷା ମିଶ୍ର ୯୭.୮%, ଜାନ୍ନଭୀ ଶୁକ୍ଳା ୯୭.୮%, ସୁଭଦ୍ରା ଗାଇଗରିଆ ୯୬.୬%, ଅନିକେତ ସାହୁ ୯୬.୪%, ଶ୍ରୀୟମ ସିଦ୍ଧାର୍ଥ ବାବୁ ୯୬.୪%, ଅରୋସ୍ମିତା ପାଢୀ ୯୬.୨%, ମୁସ୍କାନ ପଟେଲ ୯୬%, ଅବନିକାନ୍ତ ପଧାନ ୯୫.୬% ରଖି ଫଳାଫଳ ତାଲିକାର ଶୀର୍ଷରେ ଥାଇ ଜାତୀୟସ୍ତରରେ ୯୦% ରୁ ଉର୍ଦ୍ଧ୍ୱ ମାର୍କ୍ ରଖିଥିବା ଛାତ୍ରଛାତ୍ରୀଙ୍କ ହାର ଠାରୁ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ୯୦%ରୁ ଉର୍ଦ୍ଧ୍ୱ ମାର୍କ୍ ରଖିଥିବା ଛାତ୍ରଛାତ୍ରୀଙ୍କ ହାର ବହୁଉର୍ଦ୍ଧ୍ୱ ଥିବା ସହ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ସ୍କୁଲର ୯୯.୯୭% ଛାତ୍ରଛାତ୍ରୀ ଉତ୍‌ତୀର୍ଣ୍ଣ ହୋଇଛନ୍ତି ବୋଲି ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି କହିଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପର ଅନ୍ୟ ଶାଖା ମାନଙ୍କରେ ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳାଫଳ ଉତ୍କୃଷ୍ଟ ମାନର ବୋଲି କ୍ରିଷ୍ଣା ବିକାଶ ଗ୍ରୁପର ଡାଇରେକ୍ଟର ଡ଼. ସମରେନ୍ଦ୍ର ନାଥ ପଣ୍ଡା ପ୍ରକାଶ କରିଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପର ସିମେଣ୍ଟ ନଗର ଇଂଲିଶ ମିଡିୟମ ସ୍କୁଲ୍‌ରୁ ୪ଜଣ ଛାତ୍ରଛାତ୍ରୀ ୯୦ରୁ ଉର୍ଦ୍ଧ୍ୱ ପ୍ରତିଶତ ରଖିଥିବାବେଳେ ଲୋକେଶ କୁମ୍ଭାର ୯୫.୪% ମାର୍କ ରଖି ଶୀର୍ଷରେ ଅଛନ୍ତି । ଆଜି ସନ୍ଧ୍ୟା ୫ଟାରେ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରୀତ ଏକ ପ୍ରେସ୍ ମିଟ୍‌ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ(ମେନ୍‌) ସେସନ୍‌-୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ % ରଖିଥିବାବେଳ ୪ ଜଣ ଛାତ୍ରଛାତ୍ରୀ ୯୮% ଉର୍ଦ୍ଧ୍ୱରେ, ୧୪ ଜଣ ଛାତ୍ରଛାତ୍ରୀ ୯୭ % ଉର୍ଦ୍ଧ୍ୱରେ, ୨୧ ଜଣ ଛାତ୍ରଛାତ୍ରୀ ୯୫ %ରୁ୍ ଉର୍ଦ୍ଧ୍ୱରେ ଏବଂ ୮୭ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ(ମେନ୍‌) ସେସନ୍‌-୨ରେ ଉତ୍‌ତୀର୍ଣ୍ଣ ହୋଇଥିବାବେଳେ ଏନଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ ରେ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗଡ଼ର ୪୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସରକାରୀ ମେଡିକାଲ କଲେଜ୍‌ରେ ସିଟ ପାଇବା ପାଇଁ କଟଅଫ୍ ମାର୍କ ଉର୍ଦ୍ଧ୍ୱରେ ରଖିବେ ବୋଲି ଆଶା ପ୍ରକାଶ କରାଯାଉଛି । ସେହିପରି ସିୟୁଇଟି (ୟୁଜି), ସିଏ, ନେଷ୍ଟ ଏବଂ ଆଇଜର୍ ପ୍ରବେଶିକା ପରିକ୍ଷାରେ ମଧ୍ୟ ସ୍କୁଲର ଛାତ୍ରଛାତ୍ରୀ ଶ୍ରେଷ୍ଠ ଫଳାଫଳ ହାସଲ କରିବେବୋଲି ଆଶା କରାଯାଉଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ୍ ପରୀକ୍ଷା ଓ ଜେଇଇ ପ୍ରବେଶିକା ପରୀକ୍ଷା, ଏନଟିଏ-ନିଟ୍ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ ରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା, ସଫଳ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି ।

କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଟ୍ରଷ୍ଟି ଶ୍ରୀମତୀ ଦାଶରୀ ରାମ ତୁଳସୀ, ଶ୍ରୀ ଲୋକେଶ ଦାଶରୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, କ୍ରିଷ୍ଣା ବିକାଶ ଫାଷ୍ଟ୍ ଷ୍ଟେପ୍ ଅଧ୍ୟକ୍ଷା ଶ୍ରୀମତି ପୁଷ୍ପଲତା ମହାପାତ୍ର, ସିମେଣ୍ଟ ନଗର ଇଂଲିଶ୍ ମିଡିୟମ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସନାତନ ମହାପାତ୍ର, ବିକାଶ ଇଣ୍ଡ୍ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିପାଠୀ, ବିକାଶ ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ, କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଏଚ୍‌ଆର୍ ହେଡ୍ ଶ୍ରୀ ଅଶ୍ୱିନୀ ନାୟକ ସମସ୍ତ ସଫଳ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 


Leave a Reply

Your email address will not be published. Required fields are marked *

error: Content is protected !!