ନର୍ସ ସ୍ୱାସ୍ଥ୍ୟ ସେବାରେ ଆଗ ଧାଡ଼ିର ସୈନିକ, କୁଳପତି

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 49;


ସୁନ୍ଦରଗଡ଼ ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ୧୩ ତମ ବାର୍ଷିକ ଉତ୍ସବ

*ନର୍ସ ସ୍ୱାସ୍ଥ୍ୟ ସେବାରେ ଆଗ ଧାଡ଼ିର ସୈନିକ, କୁଳପତି ବିଧୁଭୂଷଣ ମିଶ୍ର*

ସୁନ୍ଦରଗଡ଼, 15/5(ସଂସ୍କୃତି ମିଡ଼ିଆ)- ଯେଉଁ ପିଲାମାନେ ଆମର ନର୍ସିଂକୁ କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି ତାକୁ ଗୋଟାଏ ଜୀବନର ଆଦର୍ଶ, ବ୍ରତ ବୋଲି ଗ୍ରହଣ କରିଛନ୍ତି ସେମାନେ ପ୍ରସ୍ତୁତ ହେଉଛନ୍ତି ଦେଶ ଓ ଦଶର ସେବା କରିବା ପାଇଁ l ନର୍ସିଂ ଏପରି ଏକ ପାଠ୍ୟକ୍ରମ ଯେଉଁ ପାଠ୍ୟକ୍ରମ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବାରେ ସେହି ନର୍ସ ଆଗ ଧାଡ଼ିର ସୈନିକ l ନର୍ସିଂ ଅଫିସରମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ସମାଜର ଉନ୍ନତି ମଣିଷର ମଙ୍ଗଳ କଥା ଚିନ୍ତା କରୁଛନ୍ତି l ନର୍ସିଂ ଛାତ୍ରଙ୍କ ଯେତିକି ଡିମାଣ୍ଡ ଅଛି ସେତିକି ସପ୍ଲାଏ ନାହିଁ l ବର୍ତ୍ତମାନ ନର୍ସିଂ ଶିକ୍ଷାର ଆବଶ୍ୟକତା ଓ ନିଯୁକ୍ତି ସୁଯୋଗ ଯଥେଷ୍ଟ ରହିଛି l ନର୍ସିଂ ପାସ ପରେ ସେମାନେ କେବଳ ଓଡ଼ିଶାରେ ନାହିଁ ଦେଶ ବାହାରେ ମଧ୍ୟ ସେବା ଯୋଗାଉଛନ୍ତି l ଇଂଲଣ୍ଡର ଯେଉଁ ହସ୍ପିଟାଲକୁ ଦେଖିବେ ସେଠାରେ ଭାରତୀୟ ଡାକ୍ତର ଏବଂ ନର୍ସ ଅଫିସର ସେବା ଯୋଗାଉଛନ୍ତି l ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନର୍ସର ଭୂମିକା ଗୁରୁତ୍ଵପୂର୍ଣ୍ଣ l ଏହାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ଏଥୁପ୍ରତି ଦିନକୁ ଦିନ ଛାତ୍ରୀଛାତ୍ରଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇଛି। ସେହିପରି ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ନର୍ସ ହିଁ ସମ୍ପର୍କରେ ସେତୁ। ଏହି ଦୃଷ୍ଟିରୁ ନସିଂ ସେବା କେବଳ ରୋଗୀଙ୍କ ଡ୍ରେସିଂ କିମା ଅନ୍ୟ ପ୍ରାଥମିକ ଚିକିତ୍ସାରେ ସୀମିତ ନୁହେଁ। ଯେଉଁ ରୋଗୀଙ୍କୁ ଔଷଧ କାମ ଦିଏ ନାହଁ ତାଙ୍କୁ ଜଣେ ନର୍ସଙ୍କ ଆନ୍ତରିକ କଥାବାର୍ତ୍ତା, ସେବା ଓ ହୃଦୟତାର ସହ ସ୍ବର୍ଶ ଭଲ କରି ଦେଇଥାଏ ବୋଲି ବୁଧବାର ସନ୍ଧ୍ୟାରେ ସୁନ୍ଦରଗଡ଼ ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ୧୩ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି l ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ଚେୟାରମ୍ୟାନ ଫକୀର କର୍ଣ୍ଣଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପକ ସାଜନ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ରେଜିଷ୍ଟାର ଡ଼. ନୃପରାଜ ସାହୁ, ସୁନ୍ଦରଗଡ଼ ସଦର ଉପ ଜିଲ୍ଲାପାଳ ଓଏଏସ ଦାଶରଥୀ ସରାବୋ , ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷା ସୁଜାତା ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ଉଦବୋଧନ ଦେଇଥିଲେ l ସେହିପରି ଝାରସୁଗୁଡା ଏଲ ଏନ କଲେଜର ଅର୍ଥନୀତି ବିଭାଗ ପ୍ରଫେସର ତପନ କୁମାର ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ” ଜଣେ କାର୍ଯ୍ୟ ଆରମ୍ଭ ନ ହେଉଣୁ ଆସିଥାଏ ଏବଂ କାମ ସରିଲା ପରେ ଵି ଯିବାର ସମ୍ଭାବନା ନ ଥାଏ କେବଳ ହିଁ କେବଳ ସେଵା ଯୋଗାଇବା ପାଇଁ ଆଗଭର ହେଉଥାଏ ସେ ହେଉଛି ନର୍ସ, ସେମାନଙ୍କ ସେବା ଆଗରେ ଆମେ ସମସ୍ତେ ତୁଛ ” ବୋଲି କହିଥିଲେ l ଅନୁଷ୍ଠାନର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଫକୀର କର୍ଣ୍ଣ ସ୍ୱାଗତ ଭାଷଣ ପ୍ରଦାନ କରି ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ l 100 ଶଯ୍ୟା ବିଶିଷ୍ଠ ମାଗଣା ସେବା ହସ୍ପିଟାଲ ଖୋଲିବା ଲକ୍ଷ୍ୟ ରହିଥିବା ଚେୟାରମ୍ୟାନ ଶ୍ରୀ କର୍ଣ୍ଣ କହିଥିବା ବେଳେ ବେଳେ ସମ୍ପାଦିକା ସନ୍ତୋଷିନୀ କର୍ଣ୍ଣ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସମ୍ୱୋଧିତ କରିଥିଲେ l ପ୍ରାରମ୍ଭରେ ଶ୍ରୀ ଗଣେଶ ଭଗବାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଅତିଥିଗଣ ଶୁଭାରମ୍ଭ କରିଥିଲେ l ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ଯୁକ୍ତ ୨ ବିଜ୍ଞାନରେ କୃତୀତ୍ୱ ହାସଲ କରିଥିବା ଆସ୍ଥା ନାଏକ, ଆଦ୍ୟାଶା ଦାନୀ, ଟ୍ୱିଙ୍କିଲ ପଟେଲ, ଏବଂ କଳା ବିଭାଗର କରିସ୍ମା ସାହୁ, ମନୀଷା କେରକେଟା ଓ ମୋନାଲିଶା ନାଏକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କଣ୍ଠଶିଳ୍ପୀ ପଦ୍ମିନୀ ଦୋରା ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଅନୁଷ୍ଠାନ ବିଦ୍ୟାର୍ଥୀ ମାନେ 28 ପ୍ରକାରର ରଙ୍ଗାରଙ୍ଗ ଡ୍ୟାନ୍ସ ପ୍ରଦର୍ଶିତ କରିଥିଲେ l ଯୁକ୍ତ ୨ ଅଧ୍ୟକ୍ଷ ଜୟନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଜିଂଜ୍ଞାସୀ ଭଏସାର ଧନ୍ୟବାଦ ଅର୍ପଣ କରିଥିଲେ l

(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )

 


Leave a Reply

Your email address will not be published. Required fields are marked *

error: Content is protected !!