ଅତାବିରା ଏମ୍ସ ଇଣ୍ଟରନେସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ସମାପନ ଉତ୍ସବ ଉଦଯାପିତ

0

ଅତାବିରା ଏମ୍ସ ଇଣ୍ଟରନେସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ସମାପନ ଉତ୍ସବ ଉଦଯାପିତ

ଅତାବିରା, 29/5(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ସ୍ଥିତ ଏମ୍ସ ଇଣ୍ଟରନେସନାଲ ସ୍କୁଲରେ ବିଦ୍ୟାର୍ଥୀଙ୍କ ଗ୍ରୀଷ୍ମକାଳୀନ ସମାପନ ଉତ୍ସବ ମଙ୍ଗଳବାର ରାତ୍ରିରେ ଉଦଯାପିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ଯୋଗ ଦେଇ ସମାପନ ଶବ୍ଦର ବିଶ୍ଳେଷଣ କରି ଛାତ୍ରୀଛାତ୍ରଙ୍କ ଉଦ୍ଧେଶ୍ୟ ନିଜ ମତ ଉପସ୍ଥାପନ କରିଥିଲେ l

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିସ ନୟନ୍ତର ସିନା ସୋନାଲି ଦାଶ, କଣ୍ଠଶିଳ୍ପୀ ସୋଭାଗ୍ୟ ଲକ୍ଷ୍ମୀ ଦାଶ, ଅଙ୍କିତ ରାଜ, କଳାକାର ତଥା ଡ୍ୟାନ୍ସର ଜିତ ସୁନା, ମଡେଲର ଅନିଲ ମୁଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ କଳା ପ୍ରଦର୍ଶନ ସହ ଛାତ୍ରୀଛାତ୍ରଙ୍କୁ ଉଦବୋଧନ ଦେଇଥିଲେ l ଏଥିରେ ପରିଚାଳନା କମିଟି ସଭାପତି ଶ୍ରୀନିବାସ ପାତ୍ର, ସମ୍ପାଦକ ବିନୀତ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ଅତିଥି ମାନେ ମାଁ ସମଲେଶ୍ୱରୀ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସ୍କୁଲର ଛାତ୍ରୀଛାତ୍ରମାନେ ସ୍ବାଗତ ଓ ଉଦଯାପନୀ ସଙ୍ଗୀତଗାନ କରିବା ସହ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ପରିଚାଳନା ନିର୍ଦ୍ଧେଶକ ଶ୍ରୀମନ୍ତ ପାତ୍ର ସହଯୋଗ କରିଥିବା ବେଳେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରିମିତା ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଅଭିଭାବିକା ଅଭିଵାବକ ସମେତ ଶିକ୍ଷା ପ୍ରେମୀ ଯୋଗ ଦେଇଥିଲେ l ବିଭିନ୍ନ ଇଭେଣ୍ଟରେ ପାରଦର୍ଶିତା ଲାଭ କରିଥିବା ସ୍କୁଲର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

 


Leave a Reply

Your email address will not be published. Required fields are marked *

error: Content is protected !!