ବଜ୍ରପାତ ନେଲା ୨ମହିଳାଙ୍କ ଜୀବନ

*#sanskritimedia* *ସମ୍ପୂର୍ଣ୍ଣ ଭିଡିଓ କ୍ଲିପ୍ ଦେଖିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ୍ କରୁନ୍* 👇👇👇👇👇👇👇👇👇👇👇👇👇https://youtu.be/uWZ8AzPWlH0
ଅତାବିରା, ୩୦/୫(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ଗୁରୁବାର ମଧ୍ୟାହ୍ନରେ ୨ ଜଣ ମହିଳା ଙ୍କ ଜୀବନ ଯାଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି, ବଜ୍ରପାତ ଝଡ଼ ବତାସ ଲାଗି ରହିଛି l ଏଥି ଯୋଗୁଁ ଧାନ ଫସଲ ନଷ୍ଟ ହୋଇ ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇ ସାରିଛନ୍ତି l ତେବେ ଗୁରୁବାର ମଧ୍ୟାହ୍ନ ରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି l ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡି ଗ୍ରାମର ସ୍ବର୍ଗତ ରାଜେନ୍ଦ୍ର ଛତ୍ରିଆଙ୍କ ପତ୍ନୀ 48 ବର୍ଷୀୟ ଶାନ୍ତି ଛତ୍ରିଆ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇ କାଠ ଝାଟି ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ବଜ୍ରପାତ ର ଶିକାର ହୋଇଥିଲେ l ତାଙ୍କ ଛାତିରେ ବଜ୍ରପାତ ବାଜିଛି l ସେହିପରି ଅତାବିରା ଥାନା ଟୋପ ଗ୍ରାମର 36 ବର୍ଷୀୟ ଯଶୋଦା ମଲ୍ଲିକ କ୍ଷେତରେ ଦିନ ମଜୁରିଆ ଭାବେ କାମ କରୁଥିବା ତାଙ୍କ ସ୍ୱାମୀ ଗଣନାଥ ମଲ୍ଲିକଙ୍କ ପାଖକୁ ଭାତ ଖାଦ୍ୟ ନେଇ ଦେଉଥିବା ବେଳେ ବିଲରେ ବଜ୍ରପାତ ଘଟି ଜୀବନ ହାରିଥିଲେ l ଯଶୋଦାଙ୍କ ଗୋଡ଼ରେ ବଜ୍ରପାତ ଲାଗି ଗୋଡ଼ ଜଳି ଯାଇଥିବା ଦେଖିବାକୁ ମିଳିଛି l ଉଭୟଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ଏ ଶତିଶ କୁମାର ମୃତ ଘୋଷଣା କରିଛନ୍ତି l ଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ଙ୍କ ନିର୍ଦ୍ଦେଶରେ ପୋଲିସ ଉଭୟ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ବରଗଡ଼ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି l ଶାନ୍ତି ଛତ୍ରିଆ ଙ୍କ ମୃତ୍ୟୁ ମାମଲା କୁ ନେଇ 11/2025 ଏବଂ ଯଶୋଦା ମଲ୍ଲିକ ଙ୍କ ମୃତ୍ୟୁ ରେ 10/2025 ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l ଅତାବିରା ତହସିଲଦାର କେ. ରିଚୀ କୁମାରଙ୍କ ନିର୍ଦ୍ଧେଶକ୍ରମେ ଚକୁଳି ଏବଂ ଟୋପ ରାଜସ୍ବ ନିରୀକ୍ଷକ ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି l

*ସମ୍ପୂର୍ଣ୍ଣ ଭିଡିଓ କ୍ଲିପ୍ ଦେଖିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ୍ କରୁନ୍*
👇👇👇👇👇👇👇👇👇👇👇👇👇https://youtu.be/uWZ8AzPWlH0