ସେପ୍ଟେମ୍ବର ୧୯ରୁ ୨୧ ଓଡ଼ିଶାରେ ହେବ ଫଟୋ ଫେୟାର୍ ୨୦୨୫

0

ଅତାବିରା, ୩୦/୫(ସଂସ୍କୃତି ମିଡ଼ିଆ)-ଫଟୋଗ୍ରାଫର୍ସ ମହାସଂଘ ଅଫ ଓଡ଼ିଶା (ପିଏମ୍ଓ) ଓଡ଼ିଶାର ଏକ ଅଗ୍ରଣୀ ଫଟୋଗ୍ରାଫି ସଂଗଠନ ଯେଉଁଥିରେ କି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ତଥା ବ୍ଳକ୍ ର ଫଟୋଗ୍ରାଫର ବନ୍ଧୁମାନେ ଜଡିତ ରହିଛନ୍ତି । ବର୍ତ୍ତମାନ ଯୁଗ ସହିତ ତାଳ ମିଳାଇ ନିଜର ଫଟୋଗ୍ରାଫିକୁ ଉନ୍ନତ କରିବା ଏବଂ ଆଧୁନିକ ଉପକରଣ ତଥା ଜ୍ଞାନ କୌଶଳ ଆହରଣ କରିବା ନିମନ୍ତେ ଏକ ଫଟୋ ଫେୟାର ଆୟୋଜନ କରାଯାଇଥାଏ ।

ସେଥିପାଇଁ ପ୍ରତିବର୍ଷ ଭଲି ଚଳିତ ବର୍ଷ ହେବାକୁଥିବା ଓଡ଼ିଶା ଫଟୋ ଫେୟାର ୨୦୨୫ ଆସନ୍ତା ସେପ୍ଟେମ୍ବର ୧୯,୨୦ ଓ ୨୧ ତାରିଖ ଯାଏଁ ତିନିଦିନିଆ ଉତ୍ସବ ଅତି ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଳି କ୍ୟାମ୍ପ୍ ସ୍ଥିତ ଡିଭାଇନ୍ ଗାର୍ଡେନ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା । ପିଏମ୍ଓ ର ସଭାପତି ସଞ୍ଜୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସମ୍ପାଦକ ସୁଶାନ୍ତ ମହାନ୍ତି, କୋଷାଧ୍ୟକ୍ଷ ଜାଭେଦ ଅହମ୍ମଦ,ପ୍ରକାଶ ମହାକୁର, ଅତୁଲ ସାଙ୍ଗଭି, ପରାମର୍ଶଦାତା ମୁଖ୍ୟ ଅଭୟ ଚରଣ ହୋତା, ଚିତ୍ତ ପାତ୍ର, ମହେଶ୍ୱର ମହାନ୍ତୀ, ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ l

ଏହି ବୈଠକରେ ଆସନ୍ତା ଫଟୋ ଫେୟାର ର ରୂପରେଖ ତିଆରି କରିବା ସହ ବିଭିନ୍ନ ସବ୍ କମିଟି ଗଠନ ତଥା ସଂଗଠନକୁ ସୁଦୃଢ କରିବା ପାଇଁ ବିଚାର ବିମର୍ଶ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସଂଘର ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ l

ଅତାବିରା ଫଟୋଗ୍ରlଫର୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ସହଯୋଗ କରିଥିଲେ। ପରିଶେଷରେ ସୁଦାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!