ମାନବିକତାର ପରିଚୟ ଦେଲେ ଜନପ୍ରତିନିଧି ବିଦ୍ୟାଧର

0

ମାନବିକତାର ପରିଚୟ ଦେଲେ ଜନପ୍ରତିନିଧି ବିଦ୍ୟାଧର
ଗରିବ ମା ‘ବାପା ଛେଉଣ୍ଡ ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ବଢ଼ାଇଲେ ସହାୟତାର ହାତ
ଅତାବିରା, ୧୨/୭(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ପଞ୍ଚାୟତ ସମିତି ଅନ୍ତର୍ଗତ ହିର୍ଲିପାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ଶନିବାର ଜଣେ ମେଧାବୀ ଗରିବ ମା’ବାପା ଛେଉଣ୍ଡ ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ନାମଲେଖା ଦେୟ ଜମା କରି ସହାୟତାର ହାତ ବଢ଼ାଇଛନ୍ତି l ବିଦ୍ୟାଧରଙ୍କ ଏପରି ସହାୟତା ପ୍ରଦାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି l
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ହିର୍ଲିପାଲି ପଞ୍ଚାୟତ ବାଗବାହାଲ ଗ୍ରାମର ସ୍ବର୍ଗତ ମନବୋଧ ମୁଣ୍ଡା ଙ୍କ ଝିଅ ନନ୍ଦିନୀ ମୁଣ୍ଡା l ଜନ୍ମର ୨ ମାସ ପରେ ବାପାଙ୍କୁ ହରାଇ ଥିଲେ l ପରେ ମାଁ ସନ୍ତୋଷିନୀ ମୁଣ୍ଡା ଅନ୍ୟ ଜଣଙ୍କୁ ବିବାହ କରି ଅନ୍ୟତ୍ର ରହିଲେ l ଫଳରେ ମା’ ବାପା ଛେଉଣ୍ଡ ହୋଇ ଯାଇଥିଲେ ନନ୍ଦିନୀ l ଅଜା ସାଧୁ ଚରଣ ମୁଣ୍ଡା ନନ୍ଦିନୀଙ୍କୁ ଗାଁରେ ପଞ୍ଚମ ଶ୍ରେଣୀ ଯାଏଁ ଏବଂ ଷଷ୍ଠ ରୁ ମାଟ୍ରିକ ପଯ୍ୟନ୍ତ ଖରମୁଣ୍ଡା ପଞ୍ଚାୟତ ହାଇସ୍କୁଲରେ ପାଠ ପଢ଼ାଇଲେ l ଅଜା ସାଧୁଙ୍କ ବାର୍ଦ୍ଧ୍ୟକ ତଥା ଶ୍ରମିକ କାମରୁ ଆଉ ନାତୁଣୀ ନନ୍ଦିନୀଙ୍କୁ ଉଚ୍ଚ ଶିକ୍ଷା ଦେବା ଆଶା କ୍ଷିଣ ହୋଇ ବସୁଥାଏ l ଅନ୍ୟ ପଟେ ସାଧୁଙ୍କ ପନ୍ତ୍ରୀ ତଥା ନନ୍ଦିନୀ ଙ୍କ ଆଈ କିଡ଼ନୀ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି l ଏପରି ଘୋର ଅନ୍ଧକାର ସମୟରେ ଆଲୋକର ବହ୍ନି ଭାବେ ଉଭା ହେଲେ ବିଦ୍ୟାଧର l ନନ୍ଦିନୀଙ୍କ ବିଦ୍ୟାକୁ ବଢାଇବା ପାଇଁ ସହାୟତାର ହାତ ବଢ଼ାଇଲେ ବିଦ୍ୟାଧର l କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ଗଲେ ନନ୍ଦିନୀଙ୍କ ଘରେ l ଦେଖାଇଲେ ମାନବିକତା l ସଙ୍ଗେ ସଙ୍ଗେ ଅଜା ସାଧୁ ଓ ଛାତ୍ରୀ ନନ୍ଦିନୀଙ୍କୁ ନେଇ ପାହାଡ଼ଶ୍ରୀଗୀଡ଼ା କଲେଜରେ ପହଞ୍ଚି ଗଲେ l ସମସ୍ତ ବିଷୟ ଅବଗତ ହେଲା ପରେ ନିଜେ କଲେଜ ଅଧ୍ୟକ୍ଷ ରାମକୃଷ୍ଣ ସାହୁ ମଧ୍ୟ ସେମାନଙ୍କୁ ଯଥା ସମ୍ଭବ ସହଯୋଗ କଲେ l ନନ୍ଦିନୀଙ୍କ ଯୁକ୍ତ ୨ କଳାରେ ନାମ ଲେଖା ଦେୟ ଜମା କଲେ ବିଦ୍ୟାଧର ପ୍ରଧାନ l ଏଭଳି ମହନୀୟତା ଦେଖାଇ ନନ୍ଦିନୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା କରିଥିବାରୁ ହିର୍ଲିପାଲିର ଜନ ପ୍ରତିନିଧି ସମିତି ସଭ୍ୟ ବିଦ୍ୟାଧରଙ୍କୁ
ଶୁଭେଚ୍ଛାର ସୁଅ ଛୁଟୁଛି l ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବିଦ୍ୟାଧର l


Leave a Reply

Your email address will not be published. Required fields are marked *

error: Content is protected !!