ଶ୍ରୀଅରବିନ୍ଦ ପୂର୍ଣ୍ଣିାଙ୍ଗ ଶିକ୍ଷା କେନ୍ଦ୍ର ମାତ୍ରୁପୁରୀରେ ବିଜ୍ଞାନ ପ୍ରଦର୍ଶନୀ:୩୩୬ ଟି ପ୍ରକଳ୍ପ ପ୍ରଦର୍ଶିତ 

0

ଅତାବିରା, ୨୪/୭(ସଂସ୍କୃତି ମିଡ଼ିଆ)-ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀ ଠାରେ ବିଜ୍ଞାନ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସ୍ଥିତ ନିଉଟନ୍ କଲେଜର ଅଧ୍ୟକ୍ଷ ଡ଼.ତେଜରାଜ ପାତ୍ର ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ବିଜ୍ଞାନ ବିଭାଗୀୟ ମୁଖ୍ୟ ରତନ୍ ଦୀପ ଓ ସୁଦୀପ୍ କୁମାର ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ସଭାପତି ଶେଷଦେବ ନାଏକ,ଅଧ୍ୟକ୍ଷ ବବ୍ରୁବାହାନ ମିଶ୍ର , ଉପସଭାପତି ଅରୁଣ ହୋତା , ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ଜୟ ପ୍ରକାଶ ଅଗ୍ରୱାଲ , ଅମିତ୍ କୁମାର ମିଶ୍ର, ଶରତ କୁମାର ପ୍ରଧାନ , ବିନୋଦ ପ୍ରଧାନ, ଭରତ ଚୌହାନ ସୁସ୍ମିତା ମିଶ୍ର, ଯତୀନ୍ଦ୍ର ପ୍ରଧାନ, ସରୋଜ କୁମାର ରଥ, ସୁନୀଲ ଖମାରି, ଗଜିନ୍ଦ୍ର ବାଗ, ସରିତା ପ୍ରଧାନ , ଜୟଶ୍ରୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ସବ ଜୁନିଅର ବିଭାଗ ରେ୭୯ ଟି,ଜୁନିଅର ବିଭାଗ ରେ ୧୧୩ଟି,ସିନିୟର୍ ବିଭାଗ ରେ ୧୪୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ୪ର୍ଥରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସର୍ବମୋଟ ୩୩୬ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ l କାର୍ଯକ୍ରମରେ ବିଚାରକ ଭାବରେ କଳାପାଣି ଓ ସୋହେଲା, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଯଥାକ୍ରମେ ଶ୍ରୀ ଇନ୍ଦ୍ରଜିତ ସାହୁଓ ଶ୍ରୀ ଖିରୋଦ୍ର ଭୋଇ ,ଲାଦରପାଲି ଉଚ୍ଚ ବିଦ୍ୟାଳୟର ବର୍ଷାରାନୀ ଦାଶ, ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟର ଇଲା ବୁଡେକ୍ ତଥା ମାତୃପୁରୀର ରାମଚଂଦ୍ର ପ୍ରଧାନ,ଯୁଗଳ ସାହୁ,ମୋନାଲିସା ବିଶ୍ଵାଳ ,ଆଦିତ୍ୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ଟିକେଲାଲ ଚାନ୍ଦ୍ ,ମାନସ ଦାନୀ, ମାନସ ଭୋଇ , ଝସକେତନ୍ ସାହୁ, ଶିଖା ଭୋଇ , ଏକାଦଶିଆ ସାହୁ,ଦୁର୍ବାଦଳ ସାହୁ,ଶାନ୍ତନୁ ଦାଶ, ହରିବାଳା ଅଦାବର୍,ମିନତୀ ଦାଶ,ଗିରିଜା ସାହୁ,ଜୟଶ୍ରୀ ପ୍ରଧାନ,ପୂଜା ପଟେଲ,ହେମାନନ୍ଦ ଭୋଇ ତଥା ଅନୁଷ୍ଠାନ ର ସମସ୍ତ ଭାଇଅପା ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ କଳାପାଣି ,ପାହାଡଶ୍ରୀଗିଡା,ଲରମ୍ଭା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତଥା ସିଦ୍ଧି ବିନାୟକ ସ୍କୁଲ ରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମାନେ ଓ ଆଖପାଖ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ।

 

Attabira – ଶ୍ରୀଅରବିନ୍ଦ ପୂର୍ଣ୍ଣିାଙ୍ଗ ଶିକ୍ଷା କେନ୍ଦ୍ର ମାତ୍ରୁପୁରୀରେ ବିଜ୍ଞାନ ପ୍ରଦର୍ଶନୀ | ୩୩୬ଟି ପ୍ରକଳ୍ପ | କଣ କହିଲେ ଛାତ୍ରଛାତ୍ରୀ ଅଧ୍ୟକ୍ଷ।

Sanskritimedia NEWS☝️☝️ LINK👇👇👇👇

 

 


Leave a Reply

Your email address will not be published. Required fields are marked *

error: Content is protected !!