ହୋଲି ହାର୍ଟସ୍ ପବ୍ଲିକ୍ ସ୍କୁଲରେ କାର୍ଗିଲ ବିଜୟ ଉତ୍ସବ” 

0

ଅତାବିରା, ୨୬/୭(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ସ୍ଥିତ ହୋଲି ହାର୍ଟ ପବ୍ଲିକ୍ ସ୍କୁଲରେ କାର୍ଗିଲ୍ ବିଜୟ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ନାଏବ ସୁବେଦାର ସପ୍ତସିନ୍ଧୁ ପ୍ରଧାନ ,ହାବିଲଦାର ନଜର ମହମ୍ମଦ ଓ ଏୟାରଫୋର୍ସ ଅଫିସର୍ ଅରୁଣ ବାରିକ ଯୋଗ ଦେଇଥିଲେ ।କାର୍ଗିଲ ବିଜୟ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମ ବୋଧକ କବିତା ପଠନ ପ୍ରତିଯୋଗିତା ହୋଇଥିଲା ।ପଞ୍ଚମ,ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ପୂଜାରୀ, ଡିରେକ୍ଟର ସମିତ ପ୍ରଧାନ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ଅନୁସୟା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଏମ.ରଜିତା ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!