ସାମୂହିକ ସ୍ୱାଧୀନତା ଦିବସ ପାଳନ ପାଇଁ ସବ- କମିଟି ଗଠିତ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 38;


ଅତାବିରା, ୬/୮(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକରେ ସାମୂହିକ ସ୍ୱାଧୀନତା ଦିବସ ପାଳନ ପାଇଁ ବୁଧବାର ଅପରାହ୍ନରେ ସବ କମିଟି ଗଠନ କରି ଦାୟିତ୍ୱ ହସ୍ତାନ୍ତର କରାଯାଇଛି l ବହୁ ବର୍ଷ ହେଲା ବନ୍ଦ ହୋଇ ପଡିରହିଥିବା ସାମୂହିକ ସ୍ୱାଧୀନତା ଦିବସ ପାଳନ ପାଇଁ ଯେତିକି ଦିନ ପାଖେଇ ପାଖେଇ ଆସୁଛି ସେତିକି କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ ହେବାରେ ଲାଗିଛି l ଚଳିତ ବର୍ଷ ମହାସମାରୋହରେ ସାମୂହିକ ସ୍ୱାଧୀନତା ଦିବସ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ସାମ୍ନା ପଡ଼ିଆରେ ଅନୁଷ୍ଠିତ ହେବ l ଏଥିପାଇଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ସାଢେ ୩ଟାରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l କୋଶଳ ଅବସରପ୍ରାପ୍ତ ସୈନିକ ସଂଘର ବରିଷ୍ଠ ସଦସ୍ୟ ଅରୁଣ ବାରିକ ବୈଠକର ଉଦ୍ଦେଶ୍ୟ ଓ ବିଭିନ୍ନ ସବ କମିଟି ରୂପରେଖ ଉପସ୍ଥାପନ କରିଥିଲେ l ଅତାବିରା ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ପ୍ରଭାତ ଫେରୀ, ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ଼, ଜାତୀୟ ସଙ୍ଗୀତ ଗାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ମିଷ୍ଟାନ ବଣ୍ଟନ, ପାନୀୟ ଜଳ ବଣ୍ଟନ, ସ୍କୁଲରେ ଆଗୁଆ ପ୍ରତିଯୋଗିତା, ଉତ୍ସବ ସ୍ଥାନ ପ୍ରସ୍ତୁତି, ମିଡ଼ିଆ ଓ ପ୍ରଚାର ପ୍ରସାର, ସଂଯୋଜନା ତଥା ଉପଦେଷ୍ଟା ଆଦି ସବ କମିଟି ଗଠନ କରି ଦାୟିତ୍ୱ ହସ୍ତାନ୍ତର କରାଯାଇଛି l ସ୍ୱାଧୀନତା ଦିବସ ଦିନ ଭୋର ୫ଟାରୁ ସ୍ଥାନୀୟ ମାରୱାଡି ଧର୍ମଶାଳାରୁ ମାଁ ଦୁର୍ଗା ମନ୍ଦିର ଦେଇ ଭେନୁ ଥିବା ଇଣ୍ଡୋର ଷ୍ଟାଡିୟମ ଯାଏଁ ପ୍ରଥମେ ପ୍ରଭାତ ଫେରୀ, ନିଜ ନିଜ ସ୍କୁଲ ଓ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ପରେ ସାଢେ ୮ ଟାରେ ସାମୂହିକ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗ ଦେବା, ସକାଳ ୯ ଟାରେ ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ଼, ଅଭିବାଦନ,ରଙ୍ଗାରଙ୍ଗ ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ରହିଛି l ପ୍ୟାରେଡ଼ ପ୍ରତିଯୋଗିତାରେ ଅତାବିରା ସହରାଞ୍ଚଳ ଅଧୀନ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ l ପୂର୍ବରୁ ସ୍କୁଲ ଗୁଡିକର ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ, ବକୃତା ଆଦି ପ୍ରତିଯୋଗୀତା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l

ଏହି ଅବସରରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ରିପୁନାଥ ସୁନାଙ୍କ ସମେତ ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ତହସିଲଦାର କେ. ରିଚୀ କୁମାର, ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ମଞ୍ଚାସିନ ଥିବା ବେଳେ କୋଶଳ ଅବସରପ୍ରାପ୍ତ ସୈନିକ ସଂଘ, ଓକିଲ ସଂଘ, ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚ, ଭି.ଏସ. ଏସ କ୍ଳବ, ବଣିକ ସଂଘ, କୃଷକ ସଂଘ, ବରିଷ୍ଠ ନାଗରିକ ସଂଘ, ମାରୱାଡି ସମାଜ, ଜନ କଲ୍ୟାଣ କୁଳିତା ସମାଜ, କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘ, ଦୁର୍ଗା ମନ୍ଦିର କମିଟି, ଟ୍ରକ ମାଲିକ ସଂଘ, ମୁସଲିମ୍ କମିଟି, ଖବରଦାତା ସଂଘ ଆଦି ଅନୁଷ୍ଠାନର ସଦସ୍ୟମାନେ ଅଂଶଗ୍ରହଣ କରି ଆଲୋଚନାରେ ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିଥିଲେ l ଶେଷରେ ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚର ସଭାନେତ୍ରୀ ଦର୍ଶନା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!