ସ୍ୱାଧୀନତା ଦିବସ ପାଇଁ ୧୧ରେ ପ୍ରତିଯୋଗିତା
ଅତାବିରା, ୮/୮(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରାରେ ସାମୂହିକ ସ୍ୱାଧୀନତା ଦିବସ ପାଳନରେ କୃତୀ ପ୍ରତିଯୋଗୀ ବାଛିବା ପାଇଁ ଆସନ୍ତା ୧୧ ତାରିଖ ଦିନ ବିଭିନ୍ନ ପ୍ରତିଯୋଗିତା କରିବାକୁ ଶୁକ୍ରବାର ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି l ଅତାବିରା ସରକାରୀ ବାଳିକା ବିଦ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଶଲ ଅବସରପ୍ରାପ୍ତ ସୈନିକ ସଂଘର ଉଦ୍ୟକ୍ତା ତଥା ସଂଯୋଜନା କମିଟି ସଦସ୍ୟ ଅରୁଣ ବାରିକଙ୍କ ସମେତ ଯୋଗ ଦେବାକୁଥିବା ସମସ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ଅଂଶଗ୍ରହଣ କରିଥିଲେ l ବାଳିକା ହାଇସ୍କୁଲ ରେ ଆସନ୍ତା ୧୧ ତାରିଖ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନ, ଦେଶାତ୍ମକ ବୋଧକ ସଙ୍ଗୀତ ଏବଂ ବକୃତା ପ୍ରତିଯୋଗିତା କରାଯିବ l ଏହି ବୈଠକରେ ସାମୂହିକ ସ୍ୱାଧୀନତା ଦିବସ ପାଳନ କମିଟିର ବିଭିନ୍ନ ସବ୍ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ l
