ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ବ୍ରହ୍ମକୁମାରୀକୁ ସହାୟତା

0

ଅତାବିରା, ୯/୮(ସଂସ୍କୃତି ମିଡ଼ିଆ) – ଶନିବାର ପବିତ୍ର ରକ୍ଷା ବନ୍ଧନରେ ଅତାବିରା ପ୍ରଜାପିତା ବ୍ରହ୍ମକୁମାରୀର ଭଉଣୀମାନଙ୍କ ସେବା ପାଇଁ ସହାୟତା l ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ଶନିବାର ସହାୟତା ହାତ ବଢ଼ାଇଛନ୍ତି ଚେୟାରମ୍ୟାନ ଫକୀର କର୍ଣ୍ଣ l ଅତାବିରା ପ୍ରଜାପିତା ବ୍ରହ୍ମକୁମାରୀରେ ଥିବା ଭଉଣୀମାନଙ୍କ ପିଇବା ପାଇଁ ସୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ଦେଇ କଲେଜ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ଯୋଗାଣ ମେସିନ ପ୍ରଦାନ କରାଯାଇଛି l ଏହି ସମୟରେ ବରଗଡ଼ ନର୍ସିଂ କଲେଜ ଚେୟାରମ୍ୟାନ ଫକୀର କର୍ଣ୍ଣଙ୍କ ସହ ବ୍ରହ୍ମକୁମାରୀର ସଦସ୍ୟା ବିଏନ ବନିତା ଉପସ୍ଥିତ ଥିଲେ l ଚେୟାରମ୍ୟାନ କର୍ଣ୍ଣଙ୍କ ଏଭଳି ସହଯୋଗକୁ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇ ଥିବାବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ମାହେଶ୍ୱରୀ ନର୍ସିଂ କଲେଜ ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଫକୀର କର୍ଣ୍ଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନୁଷ୍ଠାନକୁ କିଛି ନା କିଛି ସେବା ପାଇଁ ସହାୟତାର ହାତ ବଢ଼ାଇ ଚାଲିଛନ୍ତି l ଗତ ମଙ୍ଗଳବାର ଦିନ ବରଗଡ଼ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସୁବିଧା ସୁଯୋଗ ପାଇଁ ଏକ ଜେନେରେଟର କ୍ରୟ ସକାଶେ ୧ଲକ୍ଷ ୫୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!