ନିଲେଇପାଲି ଏକଦିବାସୀୟ ଫୁଟବଲ, ରେଙ୍ଗାଲି ଲିଟିଲ ଷ୍ଟାର ଚମ୍ପିୟାନ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 43;
ଅତାବିରା,୨୯/୮(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ନିଲେଇପାଲିଠାରେ ବୀଣାପାଣି ଯୁବକ ସଂଘ ପକ୍ଷରୁ ଶୁକ୍ରବାର ନିଲେଇପାଲି ଏକଦିବାସୀୟ ଫୁଟବଲ ପ୍ରତିଯୋଗିତାରେ ଲିଟିଲ ଷ୍ଟାର ରେଙ୍ଗାଲି ଚମ୍ପିୟାନ ହୋଇଛି l ୨୯ ତମ ଏକ ଦିବାସୀୟ ନିଲେଇପାଲି ବୀଣାପାଣି କପ୍ ଭେଟେରିଏନ ଫୁଟବଲ ପ୍ରତିଯୋଗିତାରେ ପରମାନପୁର ଜୟଲାଲ, ସମ୍ବଲପୁର ଏକାଦଶ, ରେଙ୍ଗାଲି ଲିଟିଲ ଷ୍ଟାର, ହୀରାକୁଦ ଏଥେଲେଟିକ ଏସୋସିଏସନ, ଜମାଦାରପାଲି ରାଇଜିଙ୍ଗ ଷ୍ଟାର, ବରଗଡ଼, ବୁର୍ଲା ଏଭିଭି ଏଫସି ଏମସିଏଲ ଏବଂ ରେଡ୍ କାମାଣ୍ଡୋ ଝାରସୁଗୁଡା ଦଳ ଅଂଶଗ୍ରହଣ କରିଥିଲେ l ପ୍ରଥମ ସେମିଫାଇନାଲରେ ପରମାନପୁରକୁ ହରାଇ ଲିଟିଲ ଷ୍ଟାର ଓ ଦ୍ୱିତୀୟ ସେମିଫାଇନାଲରେ ଜମାଦାରପାଲିକୁ ହରାଇ ବୁର୍ଲା ଫାଇନାଲକୁ ପ୍ରବେଶ କରିଥିଲେ l ଲିଙ୍କ ଓ ସେମିଫାଇନାଲ ମ୍ୟାଚ ଗୁଡ଼ିକ ବେଶ ରୋମାଞ୍ଚକର ସ୍ଥିତିରେ ହାରଜୀତ ହୋଇଥିଲା l ତେବେ ଫାଇନାଲ ମ୍ୟାଚ ଟି ରାତ୍ରୀ ହୋଇଯିବାରୁ ପେନାଲ୍ଟି ସଟର (ଟ୍ରାଇବ୍ରେକର ) ର ସହାୟତା ନିଆଯାଇଥିଲା l ଏଥିରେ ୩-୨ ଗୋଲରେ ରେଙ୍ଗାଲି ଲିଟିଲ ଷ୍ଟାର ବୁର୍ଲାକୁ ହରାଇ ଚମ୍ପିୟାନ ହୋଇଥିଲା l
ରେଙ୍ଗାଲି ଦଳର ଭୀମ ଓରାମ ଙ୍କୁ ମ୍ୟାନ ଅଫ ଦି ସିରିଜ୍, ବୁର୍ଲାର ଗୋଲକିପର ମହମ୍ମଦ ଦିଲନୀଙ୍କୁ ଶ୍ରେଷ୍ଠ ଗୋଲ ରକ୍ଷକ, ବୁର୍ଲାର ରାଜ ସେଠ୍ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ଖେଳଗୁଡିକୁ ପଙ୍କଜ ମିର୍ଦ୍ଧା, ସୁଶାନ୍ତ ସେଠ୍, ଦେବାଶିଷ ପଧାନ ଏବଂ ସୁମନ୍ତ ରାଉତ ରେଫରୀ ଭାବେ ପରିଚାଳନା କରିଥିଲେ l ଲହଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଅର୍ଜୁନ ନାଏକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l


