ସୁରେଶ ଦାଶ ହେଲେ ଗୋଡ଼ଭଗା ନାଗରିକ କମିଟି ର ନୂତନ ସଭାପତି

0

ଅତାବିରା, ୨/୯(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଠାରେ ଥିବା ନାଗରିକ କମିଟି ଏକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ସମ୍ପର୍ଣ୍ଣ ସାଙ୍ଗଠନିକ ସାମାଜିକ ଅନୁଷ୍ଠାନ l ମଙ୍ଗଳବାର ଏହି ଅନୁଷ୍ଠାନର ନୂତନ ସଭାପତି ଚୟନ କରାଯାଇଛି l ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗୋଡ଼ଭଗା ନାଗରିକ କମିଟି ର ଏକ ସାଧାରଣ ବୈଠକ ଉପ-ସଭାପତି ବିଭୁ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସ୍ତାବ ମାନ ନିଆଯାଇଥିଲା l ପୂର୍ବତନ ସଭାପତି ସ୍ବର୍ଗତ ହାରାଧନ ବାରିକ ଙ୍କ ବିୟୋଗରେ ବହୁଦିନ ଧରି ସଭାପତି ପଦବୀ ଖାଲି ପଡିଥିବାରୁ ମଙ୍ଗଳବାର ସର୍ବସାମ୍ମତିକ୍ରମେ ବରିଷ୍ଠ ଖବରଦାତା ତଥା ସାମାଜିକ କର୍ମୀ ସୁରେଶ ଦାଶଙ୍କୁ ସଭାପତି ରୂପେ ମନୋନୟନ କରାଯାଇଥିଲା । ଅନ୍ୟ ପଟେ ଚଳିତବର୍ଷ ନୂଆଖାଇ ଭେଟ ଘାଟ ସମ୍ପର୍କ ରେ ଆଲୋଚନା ହୋଇ ନିରାଡ଼ମ୍ବର ଭାବେ ଆସନ୍ତା 17 ତାରିଖରେ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ସଂଗଠନର ଆଗାମୀ ଅନ୍ୟାନ୍ୟ କାର୍ଯ୍ୟ ପନ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା l ଶେଷରେ ସହ ସମ୍ପାଦକ କୁନୁବାବୁ ଗଡ଼ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!