ଓଡ଼ିଆ ଯବାନ ସହୀଦ, ଗୋଡ଼ଭଗାରେ ଶୋକର ଛାୟା

0

ଅତାବିରା ( ସଂସ୍କୃତି ମିଡ଼ିଆ) – ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ବିଏସଏଫ ଯବାନ ଖଗେନ୍ଦ୍ର ମହାପାତ୍ର (36) ଙ୍କ ମେଘାଳୟରେ ସହୀଦ ହୋଇଥିବା ଦୁଃଖଦ ଖବର ବୁଧବାର ଆସି ପହଞ୍ଚିଛି l
ମିଳିଥିବା ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ ଖଗେନ୍ଦ୍ର ବିଏସଏଫ ଯବାନ ଭାବେ ମଣିପୁର ଏବଂ ମେଘାଳୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ l ବୁଧବାର ସକାଳେ ପଡ଼ିଆରେ ଘାସ ସଫା କରୁଥିବା ବେଳେ ହଠାତ୍ ସେଠାରେ କୌଣସି କାରଣ ବଶତଃ ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ l ତେବେ ସେଠାକାର ଏକ ଡାକ୍ତରଖାନାରେ ଡାକ୍ତର ଖଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଗୋଡ଼ଭଗାରେ ଥିବା ଯବାନଙ୍କ ପରିବାର ବର୍ଗଙ୍କୁ ଫୋନ ମଧ୍ୟରେ ଜଣାଇ ଦିଆଯାଇଛି l ଏହି ଖବର ପାଇବା ପରେ ପରିବାର ଲୋକ ଭାଙ୍ଗି ପଡୁଛନ୍ତି l ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ ସହୀଦ ଯବାନ ଖଗେନ୍ଦ୍ର ଙ୍କ ଶବ ବ୍ୟବଛେଦ ସେଠାରେ ଶେଷ ହୋଇଛି l ତାଙ୍କ ପାର୍ଥିବ ଶରୀର ଜନ୍ମସ୍ଥାନ ଗୋଡ଼ଭଗା ଅଣାଯିବାର ବ୍ୟବସ୍ଥା କରାଯାଉଛି l ତାଙ୍କ ପାର୍ଥିବ ଶରୀର ଏଠାକୁ ପହଁଚିଲା ପରେ ଆସନ୍ତାକାଲି ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶବ ସଂସ୍କାର କରାଯିବ ବୋଲି ଜଣାପଡିଛି l ଗୋଡ଼ଭଗା ଗ୍ରାମର ଫକୀର ମହାପାତ୍ର ଙ୍କ ପୁଅ ସ୍ବର୍ଗତ ଯବାନ ଖଗେନ୍ଦ୍ର ତାଙ୍କ ପଛରେ ବିଧବା ସ୍ତ୍ରୀ ନୀଳମ ଓ ୪ ବର୍ଷର ପୁତ୍ର ରୋନାଲଙ୍କୁ ଛାଡ଼ି ଯାଇଛନ୍ତି l ଅଞ୍ଚଳରେ ଗଭୀର ଶୋକ ପ୍ରକଟ ହୋଇ ଉଠିଛି l


Leave a Reply

Your email address will not be published. Required fields are marked *

error: Content is protected !!