ଯବାନ ପୁଅକୁ ହରାଇ କାନ୍ଦୁଛି ଜନ୍ମମାଟି, ଜନ୍ମଦାତ୍ରୀ ମାଁ ସହ ପରିବାର

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;


ଅତାବିରା, ୪/୯(ସଂସ୍କୃତି ମିଡ଼ିଆ)- ୪ବର୍ଷର କଅଁଳ ପୁତ୍ରକୁ ଧରି ପତ୍ନୀର ଆକୁଳ କ୍ରନ୍ଦନ l ରୋଜଗାରିଆ ପୁଅର ମୃତ୍ୟୁରେ ବେସାହାରା ମାଆ ବାପାଙ୍କ ବୋକଫଟା ଚିତ୍କାର, ବାହୁନି ବାହୁନି କାନ୍ଦ ଆଉ ଗ୍ରାମବାସୀଙ୍କ ଗର୍ବ ଓ ଗୌରବ ଯବାନ ପୁଅର ଅସମୟରେ ଅକାଳ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ଗୋଡ଼ଭଗା ଗ୍ରାମର ଗ୍ରାମବାସୀ l ଏପରି ଏକ ଦୁଃଖଦ ଖବର ସ୍ତବ୍ଧିଭୂତ କରିଦେଇଛି ଯବାନଙ୍କ ଜନ୍ମମାଟି ଗୋଡ଼ଭଗା ଗ୍ରାମକୁ l ଶୂନ୍ ଶାନ୍ ହୋଇ ପଡ଼ିଛି ଜନ ଗହଳି ହୋଇ ଉଠୁଥିବା ଗାଁ ଦାଣ୍ଡ l ସତେ ଯେମିତି କେହି ନାହାଁନ୍ତି ଗାଁରେ l

ନିସ୍ତବ୍ଧ ହୋଇ ପଡିଛନ୍ତି ଗାଁର ଗ୍ରାମବାସୀ l ସହୀଦ ହୋଇଯାଇଛନ୍ତି ଗାଁ ମାଟିର ବୀର ସନ୍ତାନ l ଆଉ ଶୁଭିବ ନାହିଁ ତାଙ୍କ ସ୍ଵନ୍ଦନ l ଗାଁକୁ ନିସ୍ତବ୍ଧ କରିଛି ସତ ହେଲେ ସେ ହୋଇ ଯାଇଛନ୍ତି ଚିର ଅମର୍ l
ଏପରି ଏକ ଦୁଃଖଦ ଶୋକର ଖବର ସମସ୍ତଙ୍କୁ ନିଶ୍ଚଳ କରି ଦେଇଛି l ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଗ୍ରାମର ଫକୀର ମହାପାତ୍ର ଙ୍କ ପୁଅ ଖଗେନ୍ଦ୍ର ମହାପାତ୍ର l ବୟସ ୩୬ ବର୍ଷ l ପାଖା ପାଖି ୧୪ ବର୍ଷ (13ବର୍ଷ 6 ମାସ ) ପୂର୍ବେ ବିଏସଏଫ ରେ ଯବାନ ଭାବେ ଚାକିରି ପାଇ ବହୁତ ଖୁସି ଆତ୍ମବିଭୋର ହୋଇ ପଡ଼ିଥିଲେ ଖଗେନ୍ଦ୍ର l

କାମ କରୁ କରୁ ଏବେ ଖଗେନ୍ଦ୍ର ବିଏସଏଫ ଯବାନ ଭାବେ ମଣିପୁର ଏବଂ ମେଘାଳୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ l ଆଉ ମାତ୍ର ୪ ବର୍ଷ ପରେ ଅବସର ନେଇଥାନ୍ତେ l ହେଲେ ବିଧିର ବିଧାନ ବଡ଼ ବିଚିତ୍ର l ଗତ ବୁଧବାର ୨୦୨୫ ମସିହା ସେପ୍ଟେମ୍ବର ମାସ ୩ ତାରିଖ ସକାଳେ ପ୍ରତିଦିନ ଭଳି ମିଲିଟାରୀ ରୋଟିନ୍ ସାରି ସାଙ୍ଗ ସାଥୀଙ୍କ ସହ ଘାସ ସଫେଇରେ ଲାଗି ପଡ଼ିଥିଲେ ଯବାନ ଖଗେନ୍ଦ୍ର l କିଏ ବା ଜାଣିଥିଲା, ଏ ଭିତରେ ରହିଛି କାଳଫାଶ l ହଠାତ୍ କୌଣସି କାରଣ ବଶତଃ ଘାସ ସଫା କରୁଥିବା ଅବସ୍ଥାରେ ଲାଗି ଗଲା ବିଦ୍ୟୁତ ଆଘାତ୍ l ଚାଳି ଗଲା ଖଗେନ୍ଦ୍ରଙ୍କ ଜୀବନ l ସହୀଦ ହୋଇଗଲେ ଯବାନ ଖଗେନ୍ଦ୍ର ମହାପାତ୍ର l ସେଠାକାର ଏକ ଡାକ୍ତରଖାନାରେ ଡାକ୍ତର ଖଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଦେଲେ l ବାସ୍ ସବୁକିଛି ଅନ୍ଧକାର ହୋଇଗଲା l ଚିର ନିଦ୍ରାରେ ଶୋଇ ପଡିଲେ ଯବାନ ଖଗେନ୍ଦ୍ର l ବୁଧବାର ସକାଳ ସାଢେ ୯ ଟାରେ ଭାଇ ଅନିଲ ମହାପାତ୍ର ଙ୍କ ପାଖକୁ ପ୍ରଥମେ ସେଠାରୁ ଖବର ଆସିଲା l ଆଚମ୍ବିତ ହୋଇ ପଡିଲେ ଅନିଲ l କଣ କରିବେ କିଛି ବୁଝି ପାରୁ ନ ଥାନ୍ତି l ଏପରି ଛାତିଥରା ଖବର ପାଇ କାମ କରୁଥିବା ଏକ ରାଇସ ମିଲରୁ ଘରକୁ ଫେରୀ ଆସି ସମ୍ପର୍କୀୟ ବଡ଼ ଭାଇଙ୍କୁ କହିଲେ l ଏଡେ଼ ବଡ଼ ସତକୁ କିଭଳି ସାମ୍ନା କରିବେ l ବାପା ମାଆ ଭାଉଜଙ୍କୁ କିଛି କହିଲେ ନାହିଁ l ଘର କବାଟ ବନ୍ଦ କରି ୪/୫ ଜଣ ପରିଜନ ଙ୍କୁ ନେଇ ରହିଗଲେ l ହେଲେ ସତଟା ତ ସତ l ମୃତ ଯବାନ ଖଗେନ୍ଦ୍ର ଙ୍କ ପତ୍ନୀ ନୀଳମ୍ ମହାପାତ୍ର ଙ୍କ ପାଖକୁ ଫୋନ ଆସିଲା l କିନ୍ତୁ ସତ କହି ପାରୁ ନ ଥାନ୍ତି l ପରେ ନୀଳମ୍ ତାଙ୍କ ଯବାନ ସ୍ୱାମୀ ଖଗେନ୍ଦ୍ର ଙ୍କୁ ଫୋନ ଲାଗନ୍ତି, ହେଲେ ସେ ତ ଆଉ ଜଗତରେ ନାହାଁନ୍ତି ଫୋନ ଉଠାନ୍ତେ ବା କିଭଳି l ବିଚଳିତ ହୋଇ ପତ୍ନୀ ଯବାନଙ୍କ ପ୍ରିୟ ବନ୍ଧୁ ପାଖକୁ ବାରମ୍ବାର ଫୋନ କରି ଖଗେନ୍ଦ୍ର ଙ୍କ କଥା ପଚାରନ୍ତେ…. ସେ ଆଉ ସମ୍ଭାଳି ପାରିଲେ ନାହିଁ କହୁ କହୁ କହି ଦେଲେ ଖଗେନ୍ଦ୍ର ଆଉ ନାହିଁ l ସରିଗଲା ସବୁ l କାନ୍ଦ ବୋବାଳିରେ ଫାଟି ଉଠିଲା ଯବାନ ଙ୍କ ପରିବାର l ବୈଦ୍ୟୁତିକ ବେଗରେ ଚହଳ ପଡିଗଲା ସାରା ଅଞ୍ଚଳ l ଯବାନଙ୍କ ଘରେ ଜମିଗଲେ ବନ୍ଧୁ ବାନ୍ଧବ ପରିବାର ପରିଜନ ଗ୍ରାମବାସୀ l ନିସ୍ତବ୍ଧ ହୋଇ ଗଲା ଗୋଡ଼ଭଗା l ମୃତ ଯବାନ ଖଗେନ୍ଦ୍ର ଙ୍କ ବାପା ଫକୀର ମହାପାତ୍ର, ମାଆ ତପସ୍ୱିନୀ ମହାପାତ୍ର, ଭାଇ ଅନିଲ ମହାପାତ୍ର, ପତ୍ନୀ ନୀଳମ୍ ମହାପାତ୍ର, ପୁତ୍ର ରୋ୍ଲାନ୍ ମହାପାତ୍ର ଙ୍କ ସମସ୍ତ ଅଞ୍ଚଳବସି ଅପେକ୍ଷା କରିଛନ୍ତି ତାଙ୍କ ଶେଷ ଦର୍ଶନ କରିବା ପାଇଁ l

ମୃତ ଯବାନ ଚାକିରି ପୂର୍ବରୁ ଖବରକାଗଜ ହକର ଭାବେ ସକାଳେ ନିଷ୍ଠାର ସହ କାମ କରି ଗୋଡ଼ଭଗା କେମ୍ପର ଏକ କପଡା ଦୋକାନ ରେ କାମ କରୁଥିଲେ l ଆର୍ମି ରେ ଭର୍ତ୍ତି ହେବା ପାଇଁ ତାଙ୍କର ଥିଲା ପ୍ରମୁଖ ଲକ୍ଷ୍ୟ l ବହୁ ଚେଷ୍ଟା କରି ଵି ଭର୍ତ୍ତି ହୋଇ ନ ପାରିବାରୁ ରାଗରେ ଗୋଆ ଚାଲିଯାଇ ଏକ କପଡା ଗୋଦାମରେ ୩ ମାସ କାମ କରି ମାଆ ଙ୍କ ଆକୁଳ ନିବେଦନ ପରେ ଘରକୁ ଫେରିଆସି ପୁଣି ଆର୍ମି ରେ ପରୀକ୍ଷା ଦେଲେ l ଓ ଶେଷରେ ଉର୍ତ୍ତିର୍ଣ୍ଣ ହୋଇ  ବିଏସଏଫ ଯବାନ ଭାବେ ଯୋଗ ଦେଇଥିଲେ ବୋଲି ତାଙ୍କ ଭାଇ ଅନିଲ ମହାପାତ୍ର ଅଶ୍ରୁଳ ନୟନରେ କେବଳ ଧରିତ୍ରୀ କୁ ପ୍ରକାଶ କରିଛନ୍ତି l
ସେହି ସହୀଦ ଯବାନ ଖଗେନ୍ଦ୍ର ଙ୍କ ପାର୍ଥିବ ଶରୀର ଶୁକ୍ରବାର ପାହାନ୍ତିଆ ରେ ଜନ୍ମମାଟି ପହଞ୍ଚିବ l ସମସ୍ତେ ଅଶ୍ରୁଳ ନୟନରେ ଅନାଇ ବସିଛନ୍ତି ଖଗେନ୍ଦ୍ର ଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ଦର୍ଶନ କରିବା ପାଇଁ l
ଆସନ୍ତାକାଲି ଅର୍ଥାତ ଆଜି ଶୁକ୍ରବାର dt. 05/09/2025 ସକାଳୁ ସକକାଳୁ ସହୀଦ ଯବାନ ଖଗେନ୍ଦ୍ର ଙ୍କ ପାର୍ଥିବ ଶରୀର ଜନ୍ମମାଟି ଗୋଡ଼ଭଗା ପହଂଚିବ l ଖଗେନ୍ଦ୍ର ଙ୍କୁ ଶେଷ ସାମ୍ମନ ଦେବାକୁ ଗାଁ ରେ ଅନାଇ ବସିଛନ୍ତି ଗ୍ରାମବାସୀ l
ମେଘାଳୟ ରୁ ଫ୍ଲାଇଟ ଯୋଗେ ରାୟପୁର ଅଣାଯାଉଛି l ଆଜି ଗୁରୁବାର ରାତ୍ରୀ 10 pm ରେ ରାୟପୁର ପହଞ୍ଚିବେ l ସେଠାରେ airport ରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଏକ ସ୍ୱତନ୍ତ୍ର BSF ଗାଡ଼ିରେ ସ୍ବର୍ଗତ ଯବାନ ଙ୍କ ପାର୍ଥିବ ଶରୀର ଜନ୍ମମାଟି ଅଭିମୁଖେ ବାହାରି ଶୁକ୍ରବାର ପାହାନ୍ତିଆ ରେ ଗୋଡ଼ଭଗା ପହଞ୍ଚିବ l ପ୍ରଥମେ ତାଙ୍କ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପରେ ଅଫିସିଆ ଦର୍ଶନ ସହ ପରିବାର ପରିଜନ ବନ୍ଧୁ ବାନ୍ଧବ ଓ ଅନ୍ୟମାନେ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ଦର୍ଶନ କରିବେ l ସକାଳ ସାଢେ ୬ ଟାରୁ ୭ଟାରେ ଗୋଡ଼ଭଗା ବସ୍ତି ଜନ୍ମମାଟି ରେ ଶୋଭାଯାତ୍ରା ହେବ., ସେଠାରୁ ଗୋଡ଼ଭଗା ଛକ କେମ୍ପ ଦେଇ ସତୀଜୋର ସ୍ମଶାନ ନେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମାପନ ହେବ ବୋଲି ଜଣାପଡିଛି ll


Leave a Reply

Your email address will not be published. Required fields are marked *

error: Content is protected !!