ବରଗଡ ରେ ଘନଉଛି ଜବର ଦଖଲ ଉଛେଦ ବିବାଦ
ବରଗଡ ରେ ଘନଉଛି ଜବର ଦଖଲ ଉଛେଦ ବିବାଦ
ଲେଙ୍ଗୁ ମିଶ୍ର ଛକ ରୁ ଜୀରା ବ୍ରିଜ ପର୍ଯ୍ୟନ୍ତ ଜବର ଦଖଲ ଉଛେଦ ତୁରନ୍ତ ହେଉ:ବରଗଡ଼ ନାଗରିକ ମଞ୍ଚ
ବରଗଡ଼, ୯/୯(ସଂସ୍କୃତି ମିଡ଼ିଆ )-ବରଗଡରେ ଜବର ଦଖଲ ଉଛେଦ ପ୍ରସଙ୍ଗ ଚର୍ଚ୍ଚା ଏବେ ଜୋର ଧରିଛି, ଲେଙ୍ଗୁ ମିଶ୍ର ଛକ ରୁ ଥାନା ଛକ ମଧ୍ୟରେ ଥିବା ବଡ଼ ବଡ଼ କୋଠା, ବିଲଡିଂ, ମାର୍କେଟ କମ୍ପ୍ଲେକ୍ସ କୁ ଜିଲ୍ଲା ପ୍ରଶାସନ ଉଛେଦ କରିବାରେ ସଫଳହୋଇ ଥିବା ବେଳେ ବହୁ ପ୍ରତିକ୍ଷୀତ ବରଗଡ ର ଜନଗହଳି ରାସ୍ତା ଲେଙ୍ଗୁ ମିଶ୍ର ଛକ ରୁ ଜୀରା ବ୍ରିଜ ପର୍ଯ୍ୟନ୍ତ ପ୍ରଶାସନ ଜବର ଦଖଲ ଉଛେଦ ତୁରନ୍ତ କରୁ ବୋଲି ବରଗଡ଼ ନାଗରିକ ମଞ୍ଚ ଦାବୀ କରିବା ସହ ପ୍ରତିବାଦ କରିଛି। ମଙ୍ଗଳବାର ଲେଙ୍ଗୁ ମିଶ୍ର ଛକ ଠାରେ ଏହି ପ୍ରତିବାଦ ସଭା ରେ ଅନେକ ସାମାଜିକ ସଂଗଠନ ଯୋଗ ଦେଇ ବରଗଡ ର ବୃହତ୍ତର ସ୍ୱାର୍ଥ କୁ ପୂରଣ କରାଯାଉ ବୋଲି କହି ଥିଲେ। ଗୋଟିଏ ପଟେ ସୌନ୍ଦର୍ଯ୍ୟକରଣ ଆଳ ରେ ଜବର ଦଖଲ ଉଛେଦ କୁ ପ୍ରଶାସନ ତ୍ୱରାନ୍ୱିତ କରି ଥିବା ବେଳେ ଲେଙ୍ଗୁ ମିଶ୍ର ଛକ ରୁ ଜୀରା ବ୍ରିଜ ରାସ୍ତା କୁ କାହିଁକି ଅଣ ଦେଖା କରୁଛି ବୋଲି ନାଗରିକ ମଞ୍ଚ ର ସଭାପତି ଭୀଷ୍ମଦେଵ ସରାଫ ଅଭିଯୋଗ କରିଛନ୍ତି ଓ ତୁରନ୍ତ ଉଛେଦ କାର୍ଯ୍ୟ କରା ଯାଉ ବୋଲି ଦାବୀ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମଲେଶ୍ଵରୀ ସଂଘ ର ସଭାପତି ସମୀର ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାପତି ହରଦୀପ ସିଂ, ଆଇନ ଜୀବୀ ରମେଶ ପତି, ବୀରେନ୍ଦ୍ର ପ୍ରଧାନ, ସୁଶାନ୍ତ ସାହୁ, ଅଶ୍ୱିନୀ ସରାଫ, ନିଖିଳ ପାଣିଗ୍ରାହୀ, ମାମୁଲୁ ମହାପାତ୍ର,ଶୟନ ପଣ୍ଡା,ବିମଲ ସିକ୍କା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
