ଭୁକ୍ତା ବାଳିକା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବେଡ୍ ବ୍ୟାଡମିଣ୍ଟନ ,ଚେସ୍ ଓ ଯୋଗ ଅନୁଷ୍ଠିତ 

0

ଅମ୍ବାଭୋନା, ୧୨/୯(ସଂସ୍କୃତି ମିଡ଼ିଆ)-ଗୁରୁବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଅମ୍ବାଭୋନା ଏ ବି ଇ ଓ  ଲାଲ ମୋହନ ସିଂହ ଙ୍କ ସଭାପତିତ୍ବରେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ  ପୁଷ୍ପାଞ୍ଜଳି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅମ୍ବାଭୋନା ବ୍ଳକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ଲକ ସ୍ତରୀୟ ଚେସ ,ବ୍ୟାଡମିଣ୍ଟନ ଓ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଡି ପି ଇ ଓ  ସୁଦୀପ୍ତ ନାୟକ, ପରିଚାଳନା କମିଟି ସଭାପତି ଗଣେଶ ସା, ଶିବାଜୀ ପଟେଲ,ରନ୍ତି ଦେବ ନାୟକ, ସମ୍ପାଦକ ତୋଷରାମ ଦାଶ୍ ଯୋଗଦାନ କରିଥିଲେ । ସହକାରୀ ଶିକ୍ଷକ ଅଶୋକ କୁମାର୍ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ପୂଜା ସିଂ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ । ଏହି ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରାଗଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ, ସମସ୍ତ ପି ଟି ଆଇ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

( ସ୍ୱାଧୀନ କୁମାର ସାହୁଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ ଅମ୍ବାଭୋନା )


Leave a Reply

Your email address will not be published. Required fields are marked *

error: Content is protected !!