ଦେଶୀ ମଦ ବ୍ରାଞ୍ଚ ଭାଟି ଖୋଲାବା କୁ ବିରୋଧ

0

ବରଗଡ଼, ୧୨/୯(ସଂସ୍କୃତି ମିଡ଼ିଆ )ନୂତନ ଭାବେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଦେଶୀ ମଦ ବ୍ରାଞ୍ଚ ଭାଟି ଖୋଲାବା କୁ ବିରୋଧ କରି ଶହଶହ ମହିଳା ପୁରୁଷ ଜିଲ୍ଲାପାଳ ଅଫିସ କୁ ଆସି ଦାବିପତ୍ର ଦେଇଛନ୍ତି। ଭେଡେନ ବ୍ଲକ ରେଶମ ପଞ୍ଚାୟତ ର ଇଛାପଦର ଏବଂ ନନ୍ଦିନୀପୁର ଗ୍ରାମରେ ନୂତନ ଭାବେ ଦେଶୀ ମଦ ବ୍ରାଞ୍ଚ ଭାଟି ନିର୍ମାଣ ହେଉଅଛି। ଯେଉଁ ସ୍ଥାନରେ ମଦଭାଟି ଖୋଲା ହେଉଅଛି ପାଖରେ ସରକାରୀ ସ୍କୁଲ ଅଛି, ମନ୍ଦିର ଅଛି ଏବଂ ମୁଖ୍ୟ ରାସ୍ତା ହୋଇଥିବାରୁ ଶହଶହ ଛାତ୍ରଛାତ୍ରୀ ମାନେ ଏବଂ ସର୍ବ ସାଧାରଣ ଲୋକ ଯାତାୟାତ କରିଥାନ୍ତି। ଯଦି ମଦ ଭାଟି ଖୋଲାଯାଏ ତାହାହେଲେ ମଦ ପିଇ ବିଭିନ୍ନ ପ୍ରକାର ଅସସମାଜିକ କାର୍ଯ୍ୟ କରିବେ ଯାହାକି ପାଖ ଗ୍ରାମର ସ୍ୱାସ୍ଥ୍ୟ, ଶିକ୍ଷା ତଥା ଅର୍ଥନୀତି ପ୍ରଭାବିତ ହେବ। ଏଣୁ ଏହି ପ୍ରଶାସନ କାହିଁକି ମଦ ଭାଟି ଏବଂ କାହା ସ୍ୱର୍ଥ ପାଇଁ ଖୋଲୋଛି ବୋଲି ପ୍ରଭାବିତ ହେବାକୁ ଥିବା ମହିଳା ମାନେ ପ୍ରଶ୍ନ କରିଛନ୍ତି। ନିଶା ଦ୍ରବ୍ୟ ବନ୍ଦ କରିବା ପାଇଁ ସରକାର ସ୍କୁଲ କଲେଜ ଏବଂ ଗ୍ରାମ ଗ୍ରାମ ରେ ସଚେତନ କରୁଛନ୍ତି ହେଲେ ଆମକୁ କଣ ବର୍ବାଦ କରିବା ପାଇଁ ମଦ ଭାଟି ଖୋଲାଯାଇଛି କି ବୋଲି ଯୁକ୍ତି କରିଛନ୍ତି ଏବଂ ତୁରନ୍ତ କାର୍ଯ୍ୟ ବନ୍ଦ ନ କରାଗଲେ ଆମ ସେହି ତିଆରି ହେଉଥିବା ମଦ ଭାଟି ଭାଙ୍ଗିବା ପାଇଁ ବାଧ୍ୟ ହେବୁ ବୋଲି ଲିଖିତ ଭାବେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଡେପୁଟି କଲେକ୍ଟର ଉତ୍ତମ ବାଗ ଏବଂ ଅବକାରୀ ସୁପରିଷ୍ଟେଣ୍ଡ ସୁବର୍ଣ୍ଣ ନାୟକ, ତହସିଲଦାର ଭେଡେନ କୁ ଦାବିପତ୍ର ରେ ଉଲ୍ଲେଖ କରି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗ୍ରାମର ମହିଳା ମାନେ ଲଳିତା ପଧାନ, ସୁରେନ୍ଦ୍ରୀ ପଧାନ, ଲଳିତା ଭୋଇ, ଏବଂ ସୁନୀଲ ବାରିକ, ଅର୍ଜୁନ ଭୁଏ, ସୀତାରାମ ପଧାନ, ଝସକେତନ ପଧାନ କୃଷକ ସଂଗଠନ ର ସୁଦାମ ପାତ୍ର, ବିକାଶ ମାଝୀ, ସୁରେଶ ନିକେଣ୍ଟି, ରମେଶ ମହାପାତ୍ର ନେତୃତ୍ୱ ନେଇଥିବା ବେଳେ ଶହଶହ ମହିଳା ପୁରୁଷ ମାନେ ସାହାଯ୍ୟ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!