ବିକାଶ ଆବାସିକ ବିଦ୍ୟାଳୟରେ କଳା ବିଭାଗର ଆଲୋଚନା ଚକ୍ର

0

ବରଗଡ଼,୧୨/୯ (ସଂସ୍କୃତି ମିଡ଼ିଆ )- ବିକାଶ ଆବାସିକ ବିଦ୍ୟାଳୟ ବରଗଡର କଲା ବିଭାଗ ପକ୍ଷରୁ ଆଜି ଭାରତୀୟ ଅର୍ଥନୀତି @୧୦୦ : ଲକ୍ଷ୍ୟ ଓ ଦୃଷ୍ଟିକୋଣ ୨୦୪୭ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର ଅର୍ଥନୀତିର ଆସିଷ୍ଟାଣ୍ଟ ପ୍ରଫେସର ଡ଼.ସୁଜିତ ପଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିକଶିତ ଭାରତର ଲକ୍ଷ ହାସଲ କରିବା ଦିଗରେ ଦୃଷ୍ଟିକୋଣ, ଆହ୍ୱାନ ଓ ରୋଡମ୍ୟାପ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିର ପ୍ରସାଦ ରାଉଳ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ରଥ, ଅଧ୍ୟାପକ ଏସ କାନ୍ତ ରାଓ, ସୁଜିତ କୁମାର ଦୋରା , ପବିତ୍ର ମୋହନ ସାହୁ , ରାଜେଶ ମେହେର , ଗୋଲାପ ସାହୁ , ଆଦିତ୍ୟ ମେହେର, ପ୍ରସଂଜିତ୍ ଦତ୍ତ, ଅଧ୍ୟାପିକା ନିବେଦିତା ଭୋଇ ଏବଂ ସୋନାଲି ମେହେତା, ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ । ଆଲୋଚନା ଚକ୍ରକୁ କୁମାରୀ ଆଦ୍ୟାଶା ସାହୁ, ନୈନା ସାହୁ ଏବଂ ଜିଜ୍ଞାସା ଜ୍ୟୋତିର୍ମୟୀ ମହାପାତ୍ର ପରିଚାଳନା କରିଥିଲେ। ଏଥିରେ ଉଭୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ଯଥା ସୁଶ୍ରୀ, ସମୀକ୍ଷା, ବୈଷ୍ଣବୀ, ଶୁଭଲକ୍ଷ୍ମୀ, ଅନନ୍ୟା, ଆନ୍ୟା, ସିମରନ, ଅନ୍ଵେଷା, ସ୍ନିଗ୍ଧା, ପ୍ରଜ୍ଞା, ଆକାଂକ୍ଷା, ରଶ୍ମି ଓ ପ୍ରୀୟାନସି ଆଲୋଚନା ଚକ୍ରର ବିଷୟ ବସ୍ତୁ ଉପରେ ନିଜର ବିସ୍ତୃତ ଧାରଣା ଉପସ୍ଥାପନା କରିଥିଲେ । ଆଲୋଚନା ଚକ୍ର ରେ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଉଳ ଛାତ୍ରଛାତ୍ରୀ ମାନଙ୍କର ଏପରି ଉତ୍ସାହ ଜନକ ଅଂଶ ଗ୍ରହଣକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ଏବଂ ଭବିଷ୍ୟତରେ ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଏପରି ଅନେକ ଆଲୋଚନା ଚକ୍ର ଆୟୋଜନ କରିଯିବା କହିବା ସହିତ ଆଲୋଚନା ର ବିଷୟ ବସ୍ତୁ ଉପରେ ନିଜର ମତ ପ୍ରକାଶ କରିଥିଲେ । ଶେଷରେ କଲା ବିଭାଗର ସଂଯୋଜକ ଅଧ୍ୟାପକ ରାଜେଶ ମେହେର ଧନ୍ୟବାଦ ଅର୍ପଣ କରି ସଭାକୁ ଶେଷ କରିଥିଲେ ।

 


Leave a Reply

Your email address will not be published. Required fields are marked *

error: Content is protected !!