ସମସ୍ତ ଚାଷୀଙ୍କୁ ଧାନ ବିକ୍ରି କରିବାର ସୁଯୋଗ ଦିଆଯାଉ, ନ ହେଲେ ଆନ୍ଦୋଳନ

0

ଅତାବିରା, ୧୯/୯(ସଂସ୍କୃତି ମିଡ଼ିଆ) – ଧାନ ବିକ୍ରି ପାଇଁ ସରକାର ନାନା ପ୍ରକାର ନୀତିନିୟମ ଆଣୁଛନ୍ତି l ତଳସ୍ତରରେ ଚାଷୀ କିଭଳି ହଇରାଣ ହରକତ ହେଉଛନ୍ତି ତାହା ନା ସରକାର ନା ପ୍ରଶାସନ ଦୃଷ୍ଟି ଦେଉଛନ୍ତି l ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ରେ ନାନା ବିଧ ନିୟମ ପାଇଁ ଅନେକ ଚାଷୀ ପଞ୍ଜିକରଣ କରିପାରିନାହାନ୍ତି l ଅନ୍ୟ ପଟେ ଏଥିପାଇଁ ପୁଣି ଚାଷୀଙ୍କୁ ବଂଶାବଳୀ ମଗାଯାଉଛି ବୋଲି ଶୁକ୍ରବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅଭିଯୋଗ କରିଛି l ଏ ନେଇ ଏକ ସ୍ମାରକ ପତ୍ରରେ ସମସ୍ତ ଚାଷୀଙ୍କୁ ହଇରାଣ ହରକତ ନ କରି କିଭଳି ଧାନ ବିକ୍ରି କରିପାରିବ ସେନେଇ ଅତାବିରା ତହସିଲଦାର କେ. ରିଚୀ କୁମାରଙ୍କୁ ପ୍ରଦାନ କରାଯାଇଛି l ଏଥିରେ ବ୍ୟତିକ୍ରମ ହେଲେ ସଂଗଠନ ଏକ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି l ସଂଗଠନର ସଭାପତି ବୀରେନ୍ଦ୍ର କର ଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ର ଙ୍କ ସମେତ ବହୁ ସଦସ୍ୟ ଓ ଚାଷୀ ଯୋଗ ଦେଇ ତହସିଲଦାର ଙ୍କ ସହ ଆଲୋଚନା କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!