ଶାରଦୀୟ ଦୁର୍ଗାପୂଜା ନେଇ ଶାନ୍ତି କମିଟି ବୈଠକ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 39;
ଅତାବିରା, ୧୯/୯(ସଂସ୍କୃତି ମିଡ଼ିଆ)- ଆସନ୍ତା ଶାରଦୀୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ସହ କିଭଳି ସମାପନ କରାଯିବ ସେନେଇ ପୋଲିସ ଓ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ଶାନ୍ତି କମିଟି ବୈଠକ ଶୁକ୍ରବାର ରାତ୍ରୀ ୮ ଟାରେ ବରଗଡ଼ ଜିଲା ଅତାବିରା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅତାବିରା ଥାନା ଅଧିନସ୍ଥ ଅତାବିରା ମାର୍କେଟ, ଅତାବିରା ମନ୍ଦିର ଦୁର୍ଗାପୂଜା ଓ ଗୋଡ଼ଭଗା ଦୁର୍ଗାପୂଜା କମିଟି ସଦସ୍ୟମାନଙ୍କ ସହ ବରଗଡ଼ ଏସ୍ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ, ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ, ଏସଆଇ ଶିବ ପ୍ରସାଦ ନାଥ ଆଲୋଚନା କରିଥିଲେ l ଶାନ୍ତି ଶୃଙ୍ଖଳା କୁ ଅଗ୍ରାଧିକାର ଦେଇ କିଭଳି ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷାଣି କାର୍ଯ୍ୟକ୍ରମ ସମାପନ କରାଯାଇ ପାରିବ ସେଥିପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା l ଏଥିରେ ବିଭିନ୍ନ ପୂଜା କମିଟିର ଅଭିନାଷ ପ୍ରଧାନ, ସୁରେନ୍ଦ୍ର ସ୍ୱାଇଁ, ସୁରେଶ ଦାଶ, ରାମକୃଷ୍ଣ ଅଗ୍ରୱାଲ, କୁଳମଣି ପ୍ରଧାନ, ଦେବବ୍ରତ ରଥ, ଆଦିତ୍ୟ କୌଶିକ, ରାଜେଶ ପ୍ରଧାନ, ସତ୍ୟ ନାରାୟଣ ମିଶ୍ର, ସୁଶାନ୍ତ ଅଗ୍ରୱାଲ, ଅଶ୍ୱିନୀ ମେହେର ପ୍ରମୁଖ ପୋଲିସ ପ୍ରଶାସନ ପାଖରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ l
