ନାକ ଉଚ୍ଚତରମାନ ମିଳିବା ସକାଶେ ଜିଲାସ୍ତରୀୟ କର୍ମଶାଳା, ଯୋଗଦେଲେ ମାନ ନିର୍ଦ୍ଧାରଣ ପ୍ରଶିକ୍ଷକ
ଅତାବିରା, ୨୦/୯(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜଠାରେନାକ ଉଚ୍ଚତରମାନ ମିଳିବା ସକାଶେ ଏକ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି l ଲରମ୍ଭା କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକ ଦିବସୀୟ କର୍ମଶାଳାରେ ବରଗଡ଼ ଜିଲାରେ ବିଭିନ୍ନ କଲେଜ କତୃପକ୍ଷ ଯୋଗ ଦେଇଥିଲେ lନାକ ଉଚ୍ଚତରମାନ ମିଳିବା ପାଇଁ ଆବଶ୍ୟକ ବିଷୟବସ୍ତୁ, ମାନକ ନିର୍ଦ୍ଧାରଣ, ଅଧୀକାର ଭୁକ୍ତ ଉପରେ ଏହି କର୍ମଶାଳାରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ନିର୍ଦେଶକ ସମ୍ବଲପୁର ପ୍ରଫେସର ଉମାଶଙ୍କର ମିଶ୍ର, ନାକ ପରାମର୍ଶ ଦାତା ପ୍ରଫେସର୍ ଜୟନ୍ତ କୁମାର ପରିଡା, ପ୍ରଫେସର୍ ପି.କେ ପ୍ରଧାନ,ପ୍ରଫେସର୍ ଏମ.ସାହୁ, ସଂଯୋଜକ ସିଦ୍ଧାନ୍ତ କୁମାର ମହାନ୍ତି କଲେଜ ଆଇ .କ୍ୟୁ.ଏସି ସଂଯୋଜକ ଡ.ଜୟନ୍ତ କୁମାର ସାହୁ ମଂଚାସୀନ ରହି ନାକର ଉଚ୍ଚତର ମାନ୍ୟତା ମିଳିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
କର୍ମଶାଳାରେ ଅତାବିରା କଲେଜ, ପଲ୍ଳିଶ୍ରୀ କଲେଜ ଚିଚିଣ୍ଡା , ପାର୍ବତୀଗିରି କଲେଜ ବରଗଡ,ବରପାଲି କଲେଜ, ଅଞ୍ଚଲ କଲେଜ ପଦମପୁର, ଆଞ୍ଚଳିକ କିଷାନ କଲେଜ ଭେଡେନର ଅଧ୍ୟକ୍ଷଙ୍କ ସହ ଆଇ.କ୍ୟୁ.ଏ.ସି ସଂଯୋଜକ ମାନେ ଯୋଗଦାନ କରିଥିଲେ। ଶେଷରେ ଅଧ୍ୟାପକ ଜୟକିଶୋର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜ ସ୍ଥିତ ନାକ ସଦସ୍ୟ ଡ.ଶାନ୍ତିଲତା ବାରିକ,ଡ. ଗୁରୁଦେବ କୁଶଲ, ଡ.ରଂଞ୍ଜିତ ପ୍ରଧାନ, ଡ.ସୁବଳ ରଂଜନ ସାହୁ ସହଯୋଗ କରିଥିଲେ। କର୍ମଶାଳାରେ ସମସ୍ତ ବିଭାଗମୁଖ୍ୟ ଉପସ୍ଥିତ ଥିଲେ।
