ଗୋଡ଼ଭଗା ଦୁର୍ଗାପୂଜା ଶାନ୍ତି କମିଟି ବୈଠକ, ରାମଲୀଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିବ ଗୋଡ଼ଭଗା
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 3145728;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 37;
ଅତାବିରା, ୨୩/୯(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଶାରଦୀୟ ଦୁର୍ଗାପୂଜା ପାଇଁ ମଙ୍ଗଳବାର ସନ୍ଧ୍ୟାରେ କମିଟି ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ପୂଜା ସମୟରେ ଶାନ୍ତି ଶୃଙ୍ଖଳା , ଟ୍ରାଫିକ ନିୟନ୍ତ୍ରଣ ବିଦ୍ୟୁତ ସଂଚଳନ ଏବଂ ପୂଜା କାର୍ଯ୍ୟକ୍ରମ ଓ ବିଭିନ୍ନ ସଂସ୍କୃତିକ ପରିବେଷଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଏହି ଅବସରରେ କମିଟି ସଭାପତି ରାମକୃଷ୍ଣ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ତଥା ବରିଷ୍ଠ ସଦସ୍ୟ ମଧୁସୂଦନ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ,ଗୋଡ଼ଭଗା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସରୋଜ ମାଝୀ, ସମ୍ପାଦକ ଦେବବ୍ରତ ରଥ, କର୍ତ୍ତା ଅନିରୁଦ୍ଧ ଖମାରୀ ମଞ୍ଚାସିନ ଥିଲେ l ଏଥିରେ ଉପଦେଷ୍ଟା କମିଟିର କୁଳମଣି ପ୍ରଧାନ, ସୁନୀଲ ମିଶ୍ର, ଗୋଡ଼ଭଗା ନାଗରିକ କମିଟି ସଭାପତି ସୁରେଶ ଦାଶ, ପୂର୍ବତନ ସଭାପତି ଅକ୍ଷୟ କର୍ଣ୍ଣ, କେ. ୱାରପ୍ରସାଦ ( ସେଠୁ), ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ, ହନୁମାନ ମନ୍ଦିର କମିଟି ସଭାପତି ଜ୍ଞାନରଞ୍ଜନ ଭୋଇ, ବଜରଙ୍ଗ ଦଳର ସଭାପତି ପ୍ରଶାନ୍ତ ଭୋଇ, ଲାଇନ୍ସ କ୍ଳବର ସଭାପତି ସାଇ ଆନନ୍ଦ ବିଶ୍ୱାଳ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିଥିଲେ l ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି l ପୂଜା ସମୟରେ ଅସାମାଜିକ କାର୍ଯ୍ୟକଳାପ ଓ ନିଶା କାରବାର ନିୟନ୍ତ୍ରଣ ଉପରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

ଆସନ୍ତା ୨୮ ତାରିଖ ରବିବାର ଷଷ୍ଠି ଦିନ ବେଲବରଣ, କଳସ ଯାତ୍ରା, ୨୯ ତାରିଖ ସୋମବାର ସପ୍ତମୀ ଦିନ ମହାସପ୍ତମୀ ପୂଜା, କେନାଲ ବିଭାଗ ସହକାରୀ ଏକ୍ସଜ୍ୟୁଟିଭ ଇଞ୍ଜିନିଅର ଅନୁପ କୁମାର ତାଣ୍ଡି ଓ ନବ ନିର୍ବାଚିତ ନାଗରିକ କମିଟି ସଭାପତି ସୁରେଶ ଦାଶ ଅତିଥି ଭାବେ ଯୋଗ ଦେବେ, ସେହି ଦିନ ରାମଲୀଳା ମହୋତ୍ସବ ଉଦଘାଟନ ସହ ଅତାବିରା କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନର କଳା ପ୍ରଦର୍ଶନ, ୩୦ ତାରିଖ ଅଷ୍ଟମୀ ମଙ୍ଗଳବାର ଦିନ ସନ୍ଧିପୂଜା, , ରାମଲୀଳା, ଭୁବନେଶ୍ୱର ଖୁସି ଏଣ୍ଡ ଖୁସି ଡ୍ୟାନ୍ସ ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ, ଅକ୍ଟୋବର ୧ ତାରିଖ ନବମୀ ବୁଧବାର ମୁଖ୍ୟ ଯାତ୍ରା ମହୋତ୍ସବ ସହ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଅତିଥି, ରାମଲୀଳା ଏବଂ ବରଗଡ଼ ଓଲେ ଓଲେ ଅର୍କେଷ୍ଟ୍ରl, ୨ତାରିଖ ଦଶମୀ ପୂଜା, ପୂର୍ଣ୍ଣାହୁତୀ, ବିସର୍ଜନ ପୂଜା, ରାବଣ ପୋଡି ମହୋତ୍ସବ, ରାମଲୀଳା ଉଦଯାପନୀ, ଦୁଲମପୁର ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ କୃଷ୍ଣଗୁରୁ ସମେତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତିଥି ଭାବେ ଯୋଗ ଦେଇ ରାବଣ ପୋଡି ମହୋତ୍ସବ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ୩ ତାରିଖ ଦିନ ବିଭିନ୍ନ ସାଂସ୍କୃତିକ ଦଳକୁ ନେଇ ଭାଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ଉପସ୍ଥାପନ କରାଯାଇଥିଲା l ଶେଷରେ ସଂପାଦକ ଦେବବ୍ରତ ରଥ ଧନ୍ୟବାଦ ଅର୍ପଣ କରିଥିଲେ l
