ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର କମିଟି ପୁନର୍ଗଠିତ

0

ସମ୍ବଲପୁର,୨୯/୨୦(ସଂସ୍କୃତି ମିଡିଆ) କୁଚିଣ୍ଡା ସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ସାଧାରଣ ବୈଠକ ଉପ- ଜିଲ୍ଲାପାଳ ସରଭରନ୍ ସି ଙ୍କ ସଭାପତିତ୍ବରେ ଆଇଟିଡିଏ ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ବହୁ ବର୍ଷ ପରେ ସ୍କୁଲ ର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇ ସରକାରୀ ସାହାଯ୍ୟ ସ୍ଵୀକୃତି ପାଇଁ ଉଦ୍ୟମ କରିବାକୁ ସ୍ଥିର କରାଯିବା ସହ ପରିଚାଳନା କମିଟିକୁ ପୁନର୍ଗଠନ କରାଯାଇଛି ।ପୁନର୍ଗଠିତ କମିଟିରେ ପାଞ୍ଚ ଜଣିଆ ଉପଦେଷ୍ଟାଙ୍କୁ ସାମିଲ କରିବା ସହ ପୂର୍ବତନ ସମ୍ପାଦକ ଶାନ୍ତନୁ ସାହୁ , ସମାଜସେବୀ ସୁବାସ ଚନ୍ଦ୍ର ନାୟକ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିଶାନ, ସଂଜିତ ଶର୍ମା ଓ ସଜନ ଖଣ୍ଡେଲୱାଲଙ୍କୁ ଏହାର ସଭ୍ୟ ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି। କମିଟିର ସମ୍ପାଦକ ଭାବରେ ମନୋଜ ସାହୁ ମନୋନୀତ ହୋଇଥିବା ବେଳେ ଉପ ଜିଲ୍ଲାପାଳ, ପିଏ. ଆଇଟିଡିଏ , ଏନଏସି ଇଓ , ସାମାଜିକ ସୁରକ୍ଷା ଅଧିକାରୀ, ସିଡିପିଓ ଓ ଏନ୍‌ଏସି ଅଧ୍ୟକ୍ଷ ସ୍ଥାୟୀ ସଭ୍ୟ ମନୋନୀତ ହୋଇଥିବା ବେଳେ ଏମ୍‌ଏଲ୍‌ଏ ଓ ଏମପି କିମ୍ବା ତାଙ୍କ ପ୍ରତିନିଧି ସଭ୍ୟ ରହିବେ ବୋଲି ସ୍ଥିର ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ଶିଶୁ ରୋଗ ବିଶେଷଜ୍ଞ ଡ଼ ଶରତ ଗୌନ୍ତିଆ ,ପ୍ରଦୀପ ମହାକୁଲ , ପ୍ରମୁଖ ମୋଟ ପନ୍ଦର ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ବିଦ୍ୟାଳୟର ବାର୍ଷିକୋତ୍ସବ କରାଯିବ ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କୁ ଭେଟା ଯିବ ବୋଲି ସ୍ଥିର କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!