ବାତ୍ୟା ମୋନ୍ଥା ବଢ଼ାଇଲା ଚାଷୀଙ୍କ ଦୁର୍ଦ୍ଦଶା, କ୍ଷତିଗ୍ରସ୍ତ ଚାଷୀ ତହସିଲଦାରଙ୍କ ଦ୍ୱାରସ୍ତ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 47;


ବାତ୍ୟା ମୋନ୍ଥା ବଢ଼ାଇଲା ଚାଷୀଙ୍କ ଦୁର୍ଦ୍ଦଶା, କ୍ଷତିଗ୍ରସ୍ତ ଚାଷୀ ତହସିଲଦାରଙ୍କ ଦ୍ୱାରସ୍ତ

ମୋନ୍ଥା କ୍ଷତିଗ୍ରସ୍ତଙ୍କ ସହାୟତା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରାଯାଉଛି l

ଅତାବିରା, ୩୦/୧୦(ସଂସ୍କୃତି ମିଡ଼ିଆ)- ବାତ୍ୟା ମୋନ୍ଥା ର ପ୍ରଭାବ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ପଡ଼ିଛି l ଏହା ଦ୍ୱାରା ଅଞ୍ଚଳର ଶହ ଶହ ଚାଷୀଙ୍କ ହଜାର ହଜାର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି l ଧାନ ଫସଲ ଅମଳ ହେବା ବେଳକୁ ଧାନ ଗଛ ଗୁଡ଼ିକ ଚାଷ କ୍ଷେତରେ ଶୋଇପଡିଛି l ଫଳରେ ଚାଷୀର ମେରୁଦଣ୍ଡ ଦୋହଲି ପଡ଼ିଛି l କେତେକ ଧାନ ଅମଳ କ୍ଷମ ହେବାକୁ ଥିବା ବେଳେ ଅନ୍ୟ କେତେ ଚାଷୀଙ୍କ ଧାନ ଏବେ ଗର୍ଭଣୀ ଅବସ୍ଥାରେ ଧାନ କେଣ୍ଡା ବାହାରୁଛି l ଏପରି ଅବସ୍ଥାରେ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ମୋନ୍ଥା ର ପ୍ରବଳ ପବନ ସାଙ୍ଗକୁ ବର୍ଷା ଚାଷୀଙ୍କୁ ସର୍ବଶାନ୍ତ କରିଛି l ହଜାର ହଜାର ଟଙ୍କା ଖର୍ଚ୍ଚା କରି ଧାନ ଅମଳ ବେଳକୁ କ୍ଷତି ହେବାରୁ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି l ଏହାକୁ ଭିର୍ତ୍ତି କରି ଗୁରୁବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ବରଗଡ଼ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟ ରେ ସ୍ଥାନୀୟ ତହସିଲଦାର କେ. ରିଚୀ କୁମାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି ମୋନ୍ଥା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ କ୍ଷୟକ୍ଷତି ଅକାଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରାଯାଇଛି l ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗତ ୨୮ ଓ ୨୯ ତାରିଖ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଧାନ ଫସଲ ବିପୁଳ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଭାବିତ ଚାଷୀଙ୍କୁ ତୁରନ୍ତ ଇନପୁଟ୍ ସହାୟତା ସହ ଫସଲ ବୀମା ଦେବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର କେ ରିଚି କୁମାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆଉ ୧୦/୧୫ ଦିନ ମଧ୍ୟରେ ଧାନ ଅମଳ ହୋଇଥାନ୍ତା । ଚଳିତ ଖରିଫ ଧାନ ବିଲରେ ଧାନ କେଣ୍ଡା ଖେଳୁଥିଲା। ଭଲ ଅମଳ କରିବ ବୋଲି ଚାଷୀ ଆଶାରେ ଥିବା ବେଳେ ଗତ ଦୁଇ ଦିନର ବାତ୍ୟାଜନିତ ବର୍ଷା ଯୋଗୁଁ ଧାନ ଫସଲ ମାଟିରେ ପଡ଼ି ଶୋଇ ପଡ଼ିଛି। ବହୁ ଅଂଚଳରେ ଧାନ କେଣ୍ଡା ବିଲ ପଡ଼ିଥିବା ସହ ତା’ ଉପରେ ପାଣି ଭାସୁଛି। ଏଥିରୁ ଧାନ ଅମଳ ହେବା ଏକ ପ୍ରକାର ସନ୍ଦେହ। ଆଗକୁ କିପରି ଚାଷୀ ଋଣ ପରିଶୋଧ କରିବ, ସାର/କୀଟନାଶକ ପରିଶୋଧ କରିବ ସେ ନେଇ ଚାଷୀ ମହଲରେ ଚଡ଼କ ପଡ଼ିଛି। ତୁରନ୍ତ ପ୍ରଭାବିତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ସଂଗଠନର ଅତାବିରା ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ବରେ କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟରେ ବ୍ଳକ କୃଷି ଅଧିକାରୀ ପିଙ୍କୁସେନ କରଙ୍କୁ ଦାବି ପତ୍ର ପ୍ରଦାନ କରି ତହସିଲ ଅଫିସକୁ ଯାଇ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଚାଷୀମାନେ ଆଗାମୀ ଧାନ ସଂଗ୍ରହ ନେଇ ବିଭିନ୍ନ ସମସ୍ୟା ଉପରେ ଦାବି ଜଣାଇଥିଲେ। ଝିଲିମିଣ୍ଡା ପେକ୍ସରେ ୪/୫ ଶହ ଚାଷୀ ପଂଜୀକରଣରୁ ବାଦ୍ ପଡ଼ିଥିବାରୁ ଆଗାମୀ ଧାନ ସଂଗ୍ରହ ସମୟରେ ଏକ ବଡ଼ ବିଶୃଙ୍ଖଳା, ଗୋଳମାଳ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବା ଚାଷୀ ତଥା ସଂଗଠନର ସଂପାଦକ ସୁରେଶ କର୍ଣ୍ଣ ଜଣାଇଥିଲେ। ଗୋଡ଼ଭଗା ମାର୍କେଟ୍ ୟାର୍ଡ ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା କରାଯାଇ ଯୋଜନା ଅନୁଯାୟୀ ନିର୍ମାଣ ନ କରି ଜାଗାକୁ ସଂପୂ୍ର୍ଣ୍ଣ ନଷ୍ଟ କରାଯାଇଥିବାରୁ ଗୋଡ଼ଭଗା ମଣ୍ଡିର ଚାଷୀମାନେ ଦାବି କରିଥିଲେ। ଆଗାମୀ ଖରିଫ ଫସଲ ଧାନ ସଂଗ୍ରହ ଧିମେଇବାର ଆଶଙ୍କା ଥିବା ଏବଂ ଚାଷୀଙ୍କ ପାଖରେ ଧାନ ସଂରକ୍ଷିତ ରଖିବା ପାଇଁ ଜାଗା ନଥିବାରୁ ମଣ୍ଡିରେ ଧାନ ରଖିବା ପାଇଁ ସୁବ୍ୟବସ୍ଥା କରିବା ନେଇ ତହସିଲଦାରଙ୍କୁ ଜଣାଇଥିଲେ। ଚାଷୀ ପଂଜୀକରଣ ବାଦ ନ ପଡ଼ିବା ଦିଗରେ ଗତ ଖରିଫ ଫସଲର ତଥ୍ୟକୁ ଆଧାରରେ କିଛି ଯୋଜନା କରାଯାଇପାରେ ବୋଲି ଉଚ୍ଚ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ଚାଳୁଥିବା କହିବା ସହ ଧାନ ସଂଗ୍ରହରେ ଚାଷୀ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଅନ୍ୟ ଚାଷୀଙ୍କ ମଧ୍ୟରେ ସଂଗଠନର କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ର, ସୁବାଷ ବିଶ୍ବାଲ, ପାପା ରାଓ, ଭୁବନ ପ୍ରଧାନ, ବୁଦ୍ଧଦେବ ନନ୍ଦ, ଦଶରଥ ଭୋଇ, ସମୀର ପ୍ରଧାନ, ନରେନ୍ଦ୍ର ପ୍ରଧାନଅମୂଲ୍ୟ ସ୍ବାଇଁ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।ଏଥିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ଚକୁଳି ପଞ୍ଚାୟତ କୃଷକ ସଂଗଠନର ସଭାପତି ତ୍ରିଲୋଚନ ନାୟକ ପ୍ରମୁଖ ଙ୍କ ସମେତ ବହୁ ଚାଷୀ ଅଂଶଗ୍ରହଣ କରିଥିଲେ l

 


Leave a Reply

Your email address will not be published. Required fields are marked *

error: Content is protected !!