ହୀରାକୁଦ ନଦୀବନ୍ଧ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଧୀର କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା 

0

ସମ୍ବଲପୁର, ୨/୧୧ (ସଂସ୍କୃତି ମିଡିଆ) ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନଠାରେ ଅବସର ପ୍ରାପ୍ତ ହୀରାକୁଦ ନଦୀବନ୍ଧ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଧୀର କୁମାର ସାହୁଙ୍କୁ ଶନିବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ନିହାଲ ସିଂ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ମୁରଲୀ ଧର ନାଏକ, ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଳ, ସମ୍ମାନିତ ଅତିଥି ଭାବେ ‘ସେବା’ ସାମାଜିକ ଅନୁଷ୍ଠାନ ସଭାପତି ଛତ୍ରପତି ଡକ୍ଟର ଦୀପକ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଶିବ ଶଙ୍କର ପ୍ରଧାନ, ମହା ସଚିବ ଆଇନଜୀବୀ ଦେବ ଦୁଲାଲ ବକ୍ସି ମିଳିତ ଭାବେ ପରିଚାଳନା କରିଥିଲେ। ଇଂ.ଶ୍ରୀ ସାହୁ ଜଣେ ମାନବବାଦୀ ବିଚାରକ,ତାଙ୍କ ଲିଖିତ ପୁସ୍ତକ ଦେଶ ବିଦେଶରେ ବେଶ୍ ପ୍ରଶଂସିତ। ଏପରି ବ୍ୟକ୍ତିତ୍ୱଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେବାର ସୁଯୋଗ ପାଇଥିବାରୁ ଆମେ ଧନ୍ୟ ମନେ କଲୁ ବୋଲି ସଭାପତି ନିହାଲ ସିଂ କହିଥିଲେ। ଏହି ଅବସରରେ ଇଂ.ଶ୍ରୀ ସାହୁଙ୍କ ଧର୍ମପତ୍ନୀ ସସ୍ମିତା ସାହୁ ଓ ଦୁଇ ଝିଅ ଉପସ୍ଥିତ ରହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆର୍ତ୍ତତ୍ରାଣ ଚାନ୍ଦ, ନୀଳାବତୀ ତାଣ୍ଡି, ସୈରେନ୍ଦ୍ରୀ ନାୟକ, ଶାନ୍ତି ମାଝୀ, ସାବିତ୍ରୀ ମେହେର, ପିଙ୍କି ଲୁହା, ଜୟଦେବ ମିଞ୍ଜ, ନନ୍ଦନୀ କାଣ୍ଡ, ସୁରେଶ ବାଗ ଙ୍କ ସହ ସମ୍ବଲପୁରର ବହୁ ସଂଗଠନ ପକ୍ଷରୁ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ ଦେଇ ଏବଂ ଗଣ୍ଡା ବଜା ବଜେଇ ସ୍ୱାଗତ କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ସଭା ଶେଷରେ ଉପାଧ୍ୟକ୍ଷା ମମିନା ଖାତୁନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!