ଅମ୍ବାଭୋନା, ୫/୧୧(ସଂସ୍କୃତି ମିଡ଼ିଆ )– ଅଦ୍ୟ ତା ୦୪/୧୧/୨୦୨୫ ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ସି ଡ଼ି ପି ଓ ମାଡାମ୍ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ତଥା ବ୍ଲକ କୋଡିନେଟର୍ ସତ୍ୟ ନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରୋଜେକ୍ଟ ଲେଭେଲ ଉଚ୍ଚ ପ୍ରଦର୍ଶନକାରୀ କିଶୋରୀ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଡି ଏଚ୍ ଇ ଡବ୍ଳୁ ହବ୍ ର ସମ୍ବଳ ବିଭାଗର ପ୍ରଦ୍ୟୁମ୍ନ ପ୍ରଧାନ ,ସାମର୍ଥ୍ୟ ବିଭାଗ ର ରାଜେଶ୍ କୁମାର ମିଶ୍ର, ଆମ୍ବଭୋନା ଏନ ପି ଏସ ଶିକ୍ଷକ ସଂଘ ସଭାପତି ସ୍ୱାଧୀନ କୁମାର ସାହୁ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ମା ସରସ୍ୱତୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା । ସୁପର ଭାଇଜର ରେଣୁବାଳା ତ୍ରୀପାଠୀ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଅମ୍ବାଭୋନା ବ୍ଳକ୍ ର ସମସ୍ତ କିଶୋରୀ ବାଳିକାମାନଙ୍କୁ ନେଇ ତର୍କ, ସଙ୍ଗୀତ, ନୃତ୍ୟ, ରେଶିପି ପ୍ରତିଯୋଗୀତା ଆୟୋଜନ କରା ଯାଇଥିଲା । ସମ୍ମାନୀତ ଅତିଥି ଙ୍କ ଦ୍ଵାରା କୃତୀ ପ୍ରତିଯୋଗୀମାନଙ୍କୁ ଓ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ପୁରସ୍କୃତ ହୋଇଥିବା ନିହାରିକା ଗହିର ଓ ସବିତା ଖଡିଆ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣପ୍ରଭ ନାୟକ, ଶାନ୍ତିଲତା ବିଶାଲ,ବାସନ୍ତୀ ମେହେର,ପିଙ୍କି ପ୍ରଧାନ କେଶବ ନାୟକ ତଥା ଅମ୍ବାଭୋନା ବ୍ଳକ୍ ର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ କିଶୋରୀ ବାଳିକା ଯୋଗଦାନ କରିଥିଲେ । ଶେଷରେ ବ୍ଳକ୍ ସଂଯୋଜକ ସଂଘର ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ଅମ୍ବାଭୋନା ରୁ ସ୍ୱାଧୀନ ସାହୁଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ )


Leave a Reply

Your email address will not be published. Required fields are marked *

error: Content is protected !!