ଡ଼କ୍ଟର ଚିତ୍ତରଞ୍ଜନ ଜେନା ଯକ୍ଷ୍ମl ଆକ୍ରାନ୍ତମାନଙ୍କୁ ପୋଷ୍ୟ ରୂପେ ଗ୍ରହଣ କଲେ 

0

ଗୋଡ଼ଭଗା,6/11-(ସଂସ୍କୃତି ମିଡ଼ିଆ)- ବୁଧବାର ଦିନ ଲହଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡ଼କ୍ଟର ଚିତ୍ତରଞ୍ଜନ ଜେନା ନିକ୍ଷୟ ମିତ୍ରା ଭାବେ ୧୦ ଜଣ ଯକ୍ଷ୍ମ। ମାନଙ୍କୁ ପୋଷ୍ୟ ରୂପେ ଗ୍ରହଣ କରି ତାଙ୍କର ଚିକିତ୍ସାଧୀନ ସମୟରେ ପୃଷ୍ଟିକର ଖାଦ୍ୟର ସମସ୍ତ ଖର୍ଚ୍ଚ ବହନ କରିବେ। ଉକ୍ତ କାର୍ଯ୍ୟକ୍ରମ ରେ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ରବିନାରାୟଣ ମିଶ୍ର, ଲହଣ୍ଡା ସରପଞ୍ଚ ଅର୍ଜୁନ ନାୟକ, ଯକ୍ଷ୍ମ। ରୋଗ ଅଧିକାରୀ ପ୍ରଭାସ ରଥ, ଡ଼କ୍ଟର ସ୍ୱଗତ ପ୍ରଧାନ, ଶିବାନନ୍ଦ ବହିଦାର, ଦେବବ୍ରତ ରଥ, ବେଦବ୍ୟାସ ସେଠ୍, ସୁଧୀର ଦାଶ, ବିକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଡ଼କ୍ଟର ଜେନା ଯକ୍ଷ୍ମ। ରୋଗୀମାନଙ୍କୁ ନିକ୍ଷୟ ମିତ୍ରା ହୋଇ ନିଜ ଶକ୍ତିମୁତାବକ ସାହାଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!