ସିଦ୍ଧାର୍ଥ ସ୍କୁଲ ପକ୍ଷରୁ କର୍କଟ ସଚେତନତା ମାରାଥନ ପଦଯାତ୍ରା
ଅତାବିରା ,୭/୧୧(ସଂସ୍କୃତି ମିଡ଼ିଆ):ଅତାବିରା ବ୍ଲକ କୁମେଲସିଂହା ସ୍ଥିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲ ଓ ଜିଏନଏମ ଗ୍ରୁପ ର ଆହ୍ବାନକ୍ରମେ ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ଏକ ସଚେତନତା ମାରାଥନ ପଦଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ କେନ୍ସର ସଚେତନତା ଦିବସ ଅବସରରେ ସ୍ଥାନୀୟ ପୁରୁଣା ସିନେମା ହଲ ସମ୍ମୁଖରୁ ରୁ ଅଗ୍ରସେନ ଭବନ ଦେଇ ଉଭୟ ସେବା ରାସ୍ତାରେ ପଦଯାତ୍ରା କରାଯାଇଥିଲା l ଏହି ଅବସରରେ ବାହାରିଥିବା ପଦଯାତ୍ରାକୁ ସ୍କୁଲ ଅଧ୍ୟକ୍ଷ ଜି. ଶ୍ରୀନିବାସ ରାଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ଅତାବିରାର ଉଭୟ ସେଵା ରାସ୍ତା ଦେଇ ପରିକ୍ରମା କରିଥିଲେ l ପରେ ଗୋଡ଼ଭଗା ରେ ଲୋକଙ୍କୁ ସଚେତନ କରି ଛାତ୍ରୀଛାତ୍ରମାନେ ସ୍କୁଲ କୁ ଫେରିଥିଲେ । ଏହି ଅବସରରେ ଅତାବିରା ଓ ଗୋଡ଼ଭଗାରେ ୪୩୦ ଜଣଙ୍କ ବିଏମଇ ଅକାଳନ କରାଯାଇଥିଲା l ଏହି ଅକାଳନର ଉପକାରିତା ଓ ଅପକାରିତା ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ରାଲିରେ ଛାତ୍ରୀଛାତ୍ରମାନେ ଆସନ୍ତୁ ଆମେ ସମସ୍ତେ ମିଳିମିଶି କେନସର ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ କେନସର ବିରୋଧରେ ଲଢେଇ କରିବା ବୋଲି ଜନତାଙ୍କୁ ବୁଝାଇଥିଲେ । ଆମ ବରଗଡ଼ ଜିଲ୍ଲାକୁ କେନସର ଠାରୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଏହି ପଦଯାତ୍ରା କରାଯାଇଥିଲା l ଏଥିରେ ବିଦ୍ୟାଳୟର ଚେୟାରମ୍ୟାନ ଭି. ଶ୍ରୀନିବାସ ରାଓ, ସେକ୍ରେଟାରୀ ଜି. ଶ୍ରୀନିବାସ ରାଓ, ଶୈକ୍ଷିକ ନିର୍ଦେଶକ ଅସିତ ଅମାନ୍ତ ଓ ପରିଚାଳନା ନିର୍ଦେଶକ ଭି. ରୋହିତ ଉପସ୍ଥିତ ରହିଥିଲେ l ଗୋଡ଼ଭଗାରେ ଜିଏନଏମ ର ଉପାଧ୍ୟକ୍ଷ ରାଜେଶ ଦେବତା ପଦଯାତ୍ରାକୁ ସ୍ୱାଗତ କରିଥିଲେ l ଏଥିରେ ବିଦ୍ୟାଳୟର ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ l
