ବରଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ 

0

ଅତାବିରା, ୭/୧୧(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା  ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ଉଦଘାଟନୀ ସମାରୋହରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ  ସରୋଜ କୁମାର ଭୁଏ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ଅତାବିରା ତହସିଲଦାର କେ.ରିଚି କୁମାର,ସମ୍ମାନିତ ଅତିଥି ରୂପେ ସବ୍ ରେଜିଷ୍ଟର ଅଙ୍କିତ ପଣ୍ଡା,ଭେଡେନ ଶିକ୍ଷା ଅଧିକାରୀ ମଚ୍ଛିନ୍ଦ୍ର ମଲ୍ଲିକ ,ଅତାବିରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିଷ ଚନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ହରପାଲ,ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ବ୍ଳକ୍ କ୍ରୀଡା ସମ୍ପାଦକ ସୁଦୀପ୍ତ କୁମାର ସାହୁ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ କ୍ରୀଡା ଶିକ୍ଷକ ତ୍ରିଲୋକ୍ୟ ନାୟକ ଓ କ୍ରୀଡା ଶିକ୍ଷୟିତ୍ରୀ ସେବା ବିନିମୟା ଯୁକ୍ତା ବାରିକ । ଏହି କ୍ରୀଡା ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ବାଳକ ଓ ବାଳିକା ୧୪ ବର୍ଷ ବୟସ୍କ ରୁ କମ୍ ରେ ଯଥାକ୍ରମେ ୫୯ ଓ ୫୭ ଏବଂ ବାଳକ ଓ ବାଳିକା ୧୭ ବର୍ଷ ବୟସ୍କରୁ କମ୍ ରେ ଯଥାକ୍ରମେ ୮୫ ଓ ୬୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କ୍ରୀଡା ପରିଚାଳନା କରିବା ପାଇଁ ୪୭ ଜଣ ଜିଲ୍ଲା ଅଫିସିଏଲ୍ସ, ୨୯ ଜଣ ମେନେଜର ଓ ୧୮ ଜଣ କୋଚ୍ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତାବିରା ବ୍ଳକ ଅଧୀନରେ କାର୍ଯ୍ୟରତ ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସି.ଆର୍.ସି.ସି. ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅତାବିରା ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ବ୍ଳକ୍ କ୍ରୀଡା ସମ୍ପାଦକ ସୁଦୀପ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସନ୍ଧ୍ୟାରେ ପ୍ରତିଯୋଗୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!