ପଦ୍ମପୁର ରେ ବିରାଟ କୃଷକ ସଚେତନତା ସମାବେଶ
ପଦ୍ମପୁର, ୮/୧୧(ସଂସ୍କୃତି ମିଡ଼ିଆ )କୃଷି ଓ କୃଷକଙ୍କୁ ନେଇ ଗର୍ବ କରୁଥିବା ଦେଶ ଆଜି ରସା ତଳରେ । ଦେଶର ଜଣ ଭାର ୨୪୪ ଲକ୍ଷ କୋଟି ଟଙ୍କା (ମୁଣ୍ଡପିଛା ଋଣ ୪ ଲକ୍ଷ ୮୦ ହଜାର ଟଙ୍କା) ଯାହାକି ଦେଶର GDPର ପାଖାପାଖ ଅଟେ । ସେହିପରି ରାଜ୍ୟର ମଧ୍ୟ ୧ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ ଥିବାବେଳେ ଚାଷୀମାନଙ୍କ ମଧ୍ୟ ଦେଶରେ ଋଣ ୨୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟରେ ୨, ୧ ହଜାର ୬୧୦ କୋଟି ଟଙ୍କା ଶସ୍ୟ ଋଣ ହୋଇଅଛି । ଯାହାକି ପ୍ରତ୍ୟେକ କୃଷକ ପରିବାର ପ୍ରତି ୩୦ ହଜାର ଟଙ୍କା ଋଣ ହେବ । ତାହା ହେଲେ ଦେଶର ବିକା କେମିତି ଓ କାହା ସ୍ୱାର୍ଥରେ ହେଇଅଛି, ଏହି ପ୍ରସଙ୍ଗ ବୁଝିବାକୁ ପଡ଼ିବ । ଦେଶର ୧୬୮୬ ଜଣ ଶିଳ୍ପପତିଙ୍କ ପାଖରେ ମୋଟ GDPA ଅଧା ଅଂଶ ୧୬୫ ଲକ୍ଷ କୋଟିର ସମ୍ପରି ଅଛି । ଗୋଟିଏ ପଟେ ସର୍ବସାଧାରଣ ଲୋକ ଗରିବ ହେଇଥିବା ବେଳେ ଅନ୍ୟ ପଟେ ମୁଷ୍ଟିମେୟ ଶିଳ୍ପପତି ଧଳା ହେଉଛନ୍ତି, ଯାହା ଦେଶ ପାଇଁ ଘୋର ବିପଦ ଅଟେ । ରୋଜଗାର ନାଁ’ରେ କମ୍ପାନୀମାନଙ୍କୁ ଜଳ, ଜଙ୍ଗଳ, ଜମି ସାଙ୍ଗକୁ ଶ୍ରମିକ ଶସ୍ତା ଦରରେ ସରକାରମାନେ ଯୋଗାଇ ଦେଉଛନ୍ତି । ଆଜି ରାସାୟନିକ ଜନିତ ଖର୍ଚ ବହୁଳ ଚାଷ, ଚାଷୀଙ୍କ ବେଳରେ ଫାଶୀ ପାଲଟିଛି । ପୁଞ୍ଜିବାଦର ବିକାଶ ଧ୍ୱଂସାଭିମୁଖୀ ହୋଇଥିବା ବେଳେ କୃଷି ବ୍ୟବସ୍ଥା ଜୀବନ ଜୀବିକା ଅର୍ଥନୀତି ସାଙ୍ଗକୁ ଉତ୍ପାଦିତ ରଚନାତ୍ମକ ଅର୍ଥନୀତି ଅଟେ । ଯେଉଁଥରେ ସର୍ବାଧୂକ ରୋଜଗାର, ଆତ୍ମନିର୍ଭରଶୀଳତା, ସବୁଚିତ ପରିବେଶ ତଥା ଶିଳ ଅପେକ୍ଷା କମ୍ ପୁଞ୍ଜିରେ ଅତ୍ୟଧିକ ଲାଭ ଅଟେ । ଏଣୁ କୃଷକର ବିନାଶ ଦେଶର ବିକାଶ ସେଥିପାଇଁ 11 ଗୋଟି ଦାବି ନେଇ ଏହି କୃଷକ ସଚେତନତା କାର୍ଯ୍ୟକ୍ରମ ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି ll
